ମସ୍କୋ: ଅଧିନାୟକ ଇଡେନ ହେଜାର୍ଡ(୬ମିନିଟ ଓ ୫୧ ମିନିଟ) ଓ ରୋମେଲୁ ଲୁକାକୁ(୧୬ ମିନିଟ ଓ ୪୮ମିନିଟ)ରେ ଗୋଲ ଦେଇ ବେଲଜିୟମକୁ ତୁନିସିଆ ବିରୋଧରେ ବିଜୟୀ କରାଇଛନ୍ତି। ଏଥି ସହିତ ବେଲଜିୟମ ଫିଫା ବିଶ୍ୱକପ୍ର ଶେଷ ୧୬ଟି ଟିମ୍ରେ ସ୍ଥାନ ପାଇଛି। ସ୍ପାର୍ତାକ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଗ୍ରୁପ-ଜି ମ୍ୟାଚରେ ବେଲଜିୟମ ୫-୨ରେ ତୁନିସିଆକୁ ହରାଇ ବିଶ୍ୱକପ୍ର ଅନ୍ତିମ ୧୬ରେ ସ୍ଥାନ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବେଲଜିୟମ ପାଇଁ ଏହି ମ୍ୟାଚ ହେଜାର୍ଡ ଓ ଲୁକାକୁଙ୍କ ବ୍ୟତୀତ ମିତି ବାଶ୍ୟୁଆଇ(୯୦ ମିନିଟ)ରେ ଗୋଲ ଦେଇଥିଲେ। ତୁନିସିଆ ପାଇଁ ୨ଟି ଗୋଲ ଡେଲନ ବ୍ରୋନ(୧୮ ମିନିଟ) ଓ ଅଧିନାୟକ ବାହବି ଖାଜରୀ(୯୩ ମିନିଟ)ରେ ଗୋଲ ଦେଇଥିଲେ।
୬ ମିନିଟରେ ବେଲଜିୟମକୁ ପେନାଲ୍ଟି ଗୋଲ କରିବାକୁ ସୁଯୋଗ ମିଳିଥିଲା, ଯାହାକୁ ଅଧିନାୟକ ଇଜାର୍ଡ ଗୋଲରେ ପରିଣତ କରି ଟିମ୍ର ଖାତା ଖୋଲିଥିଲେ। ଏହା ପରେ ୧୬ ମିନିଟରେ ଲୁକାକୁ ଡାହାଣ ଗୋଇଠାରେ ସର୍ଟ ମାରି ବଲ ଗୋଲ ପୋଷ୍ଟକୁ ନେଇ ଦଳୀୟ ସ୍କୋରକୁ ୨-୦ରେ ପହଞ୍ଚାଇ ଥିଲେ। ପରେ ରୋମେଲୁ ଲୁକାକୁ ୧୬ ମିନିଟ ଓ ୪୮ମିନିଟରେ ଗୋଲ ଦେଇ ବେଲଜିୟମକୁ ଅଧିକ ଶକ୍ତିଶାଳୀ କରିଥିଲେ। ସେହିଭଳି ୯୦ ମିନିଟରେ ମିତି ବାଶ୍ୟୁଆଇ ଗୋଲ ଦେଇଥିଲେ।