ବିଶ୍ୱକପ୍‌: ଆଫଗାନିସ୍ତାନକୁ ୧୫୦ ରନ୍‌ରେ ପରାସ୍ତ କଲା ଇଂଲଣ୍ଡ

ମଂଚେଷ୍ଟର: ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୧୯ରେ ମଙ୍ଗଳବାର ଆଫଗାନିସ୍ତାନକୁ ଇଂଲଣ୍ଡ ୧୫୦ ରନ୍‌ରେ ପରାସ୍ତ କରିଛି। ଦ୍ୱିତୀୟ ଇନିଂସରେ ଆଫଗାନିସ୍ତାନ ୩୯୮ ରନ୍‌ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା। ଟିମ୍‌ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ଓ୍ଵିକେଟ୍‌ ହରାଇ ୨୪୭ ରନ୍‌ କରିଛି।

ଆଫଗାନିସ୍ତାନ ସ୍କୋର

ନୁର ଅଲି ଜରଦାନ: ବୋ-ଜୋଫ୍ରା ଆର୍ଚ୍ଚର, ୦ ରନ୍‌, ୭ ବଲ୍‌
ଗୁଲାବଦୀନ ନାଇବ: କ-ଜୋସ୍‌ ବଟଲର-ବୋ-ମାର୍କ, ୩୭ ରନ୍‌, ୨୮ ବଲ, ୪ ଚୌକା, ୧ ଛକା
ରସମତ ଶାହା: କ-ବେୟରଷ୍ଟୋ-ବୋ-ରସିଦ, ୪୬ ରନ୍‌, ୭୪ ବଲ, ୩ ଚୌକା, ୧ ଛକା
ହସମତ୍‌ତୁଲ୍ଲା ସାହିଦୀ: ବୋ-ଜୋଫ୍ରା, ୭୬ ରନ୍‌, ୧୦୦ ବଲ, ୫ ଚୌକା, ୨ ଛକା
ଅସଘର ଆଫଗାନ୍‌: କ-ରୁଟ-ବୋ-ଆଦିଲ ରସିଦ, ୪୪ ରନ୍‌, ୪୮ ବଲ, ୩ ଚୌକା, ୨ ଛକା
ମହମ୍ମଦ ନବୀ: କ-ଷ୍ଟୋକସ୍‌-ବୋ-ରସିଦ, ୯ ରନ୍‌, ୭ ବଲ, ୧ ଛକା
ନାଜିବୁଲ୍ଲା ଜରଦାନ: ବୋ-ମାର୍କ ଉଡ, ୧୫ ରନ୍‌, ୧୩ ବଲ, ୧ ଛକା
ରସିଦ୍‌ ଖାନ୍‌: କ-ବେୟାରଷ୍ଟୋ-ବୋ-ଜୋଫ୍ରା ଆର୍ଚ୍ଚର, ୮ ରନ୍‌, ୧୩ ବଲ, ୧ ଛକା
ଇକରାମ ଅଲି ଖିଲ: ଅପରାଜିତ ୩ ରନ୍‌, ୧୦ ବଲ
ଦୌଲତ ଜରଦାନ୍‌: ଅପରାଜିତ
ଅତିରିକ୍ତ: ୯ ରନ୍‌ (ଏଲବି ୧, ଓ୍ଵାଇଡ ୮)
ମୋଟ୍‌: ୨୪୭ ରନ୍‌, (୮ଓ୍ଵିକେଟ୍‌, ୫୦ ଓଭର)

ପ୍ରଥମ ଇନିଂସରେ ଆଫଗାନିସ୍ତାନ ବିପକ୍ଷରେ ଇଂଲଣ୍ଡ ବିସ୍ଫୋରକ ବ୍ୟାଟିଂ କରିଥିଲା। ଟିମ୍‌ ନିଜର ଇନିଂସରେ ୨୧ଟି ଚୌକା ଓ ୨୫ଟି ଛକା ମାରିଥଲେ। ଓପନର ଜନି ବେୟାରଷ୍ଟୋ ୯୦ ରନ୍‌, ଜୋଏ ରୁଟ ୮୮ ରନ୍‌ ଓ ଇଅନ ମୋର୍ଗାନ ୧୪୮ ରନ୍‌ କରି ଟିମ୍‌ର ସ୍କୋରକୁ ମଜବୁତ ସ୍ଥିତିରେ ପହଂଚାଇଥିଲେ। ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ଵିକେଟ ହରାଇ ୩୯୭ ରନ୍‌ ସଂଗ୍ରହ କରିବା ପରେ ଆଫଗାନିସ୍ତାନକୁ ୩୯୮ ରନ୍‌ ଟାର୍ଗେଟ ମିଳିଥିଲା।

ମୋର୍ଗାନଙ୍କ ରେକର୍ଡ
ଏହି ମ୍ୟାଚ୍‌ରେ ଇଂଲଣ୍ଡର ଅଧିନାୟକ ରେକର୍ଡ କରିଛନ୍ତି। ସେ ୧୭ ଟି ଛକା ମାରି ଏହି ରେକର୍ଡ ହାସଲ କରିଛନ୍ତି। ମୋର୍ଗାନ ୭୧ଟି ବଲ ଖେଳିଥିବା ବେଳେ ଏଥିରୁ ସେ ୧୪୮ ରନ୍‌ ଟିମ୍‌ ଖାତାରେ ଯୋଡ଼ିଛନ୍ତି। ପୂର୍ବରୁ କ୍ରିସ ଗେଲ ଗୋଟିଏ ଇନିଂସରେ ୧୬ଟି ଛକା ମାରିଥିଲେ।

Cr

ମଂଚେଷ୍ଟରସ୍ଥିତ ଓଲଡ୍‌ ଟ୍ରାଫୋର୍ଡ ଷ୍ଟାଡିୟମ୍‌ରେ ଇଂଲଣ୍ଡର ବ୍ୟାଟସ୍‌ମ୍ୟାନ୍‌ମାନେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ବିଶ୍ୱକପର ୨୪ତମ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆୟୋଜକ ଇଂଲଣ୍ଡ ୪୪ ରନ୍‌ରେ ଜେମସ୍‌ ଭିନସ୍‌ଙ୍କୁ ହରାଇଥିଲେ ମଧ୍ୟ ଦ୍ୱିତୀୟ ଓ୍ଵିକେଟ୍‌ରେ ୧୨୦ ରନ୍‌ ଓ ୩ୟ ଓ୍ଵକେଟରେ ୧୮୯ ରନ୍‌ ଯୋଡିଥିଲା। ସ୍କୋର ୩୫୯ ରନ୍‌ରେ ଅଧିନାୟକ ଇଅନ ମୋର୍ଗାନ ଆଉଟ୍‌ ହୋଇଥିବା ବେଳେ ଆଫଗାନିସ୍ତାନର ୫ମ ଶିକାର ହୋଇଥିଲେ ଜୋସ୍‌ ବଟଲର। ୬ଷ୍ଠ ଓ୍ଵିକେଟ୍‌ରେ ଇଂଲଣ୍ଡ ବେନ୍‌ ଷ୍ଟୋକସ୍‌ଙ୍କୁ ହରାଇଥିଲା। ସେହି ସମୟରେ ଟିମ୍‌ର ସ୍କୋର ୩୭୮ ରନ୍‌ରେ ପହଂଚି ସାରିଥିଲା।

ଇଂଲଣ୍ଡ ସ୍କୋର

ଜେମସ୍‌ ଭିନସ୍‌: କ-ମୁଜିବ-ବୋ-ଜରଦାନ, ୨୬ ରନ, ୩୧ ବଲ, ୩ ଚୌକା
ଜନି ବେୟାରଷ୍ଟୋ: କ-ବୋ-ନାଇବ, ୯୦ ରନ, ୯୯ ବଲ, ୮ ଚୌକା, ୩ ଛକା
ଜୋଏ ରୁଟ: କ-ରସମତ-ବୋ-ନାଇବ, ୮୮ ରନ, ୮୨ ବଲ, ୫ ଚୌକା, ୧ ଛକା
ଇଅନ ମୋର୍ଗାନ: କ-ରସମତ-ବୋ-ନାଇବ, ୧୪୮ ରନ୍‌, ୭୧ ବଲ, ୪ ଚୌକା, ୧୭ ଛକା
ଜୋସ୍‌ ବଟଲର: କ-ନାଇବ-ବୋ-ଜରଦାନ, ୨ ରନ, ୨ ବଲ
ବେନ୍‌ ଷ୍ଟୋକସ୍‌: ବୋ-ଜରଦାନ, ୨ ରନ, ୬ ବଲ
ମୋଇନ୍‌ ଅଲି: ଅପରାଜିତ ୩୧ ରନ, ୯ ବଲ, ୧ ଚୌକା, ୪ ଛକା
କ୍ରସ୍‌ ଓ୍ଵକସ୍‌: ଅପରାଜିତ ୧ ରନ, ୧ ବଲ
ଅତିରିକ୍ତ: ୯ ରନ୍‌ (ଲେଗବାଏ ୧, ଓ୍ଵାଇଡ ୭, ନୋ ୧)
ମୋଟ: ୩୯୭ ରନ୍‌ (୬ ଓ୍ଵିକେଟ୍‌, ୫୦ ଓଭର)

ସମ୍ବନ୍ଧିତ ଖବର