ବିଶ୍ୱକପରେ ଆଜି ଅଷ୍ଟ୍ରେଲିଆ ବନାମ ବାଂଲାଦେଶ : ଟସ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ

ଟେଣ୍ଟବ୍ରିଜ : ନଟିଂହାମର ଟେଣ୍ଟବ୍ରିଜଠାରେ ଆଜି ବିଶ୍ୱକପ କ୍ରିକେଟର ୨୬ ତମ ମ୍ୟାଚରେ ଅଷ୍ଟ୍ରେଲିଆ ବାଂଲାଦେଶକୁ ଭେଟୁଛି । ଅଷ୍ଟ୍ରେଲିଆ ଅଧିନାୟକ ଆରନ ଫିଞ୍ଚ୍‌ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଦଳରେ ୩ଟି ପରିବର୍ତ୍ତନ ହୋଇଛି । ଚୂଡାନ୍ତ ଏକାଦଶରେ ମାର୍କସ ଷ୍ଟଇନିସ, କୋଲଟର ନାଇଲ ଓ ଆଡାମା ଜାମ୍ପା ସାମିଲ ହୋଇଛନ୍ତି । ସେମାନେ ସୋନ ମାର୍ସ,କେନ ରିଚାର୍ଡସନ ଓ ଜାସନ ବେହେରେନଡ୍ରଫଙ୍କ ସ୍ଥାନରେ ସାମିଲ ହୋଇଛନ୍ତି । ସେହିପରି ବାଂଲାଦେଶ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ସଇଫୁଦ୍ଦିନଙ୍କ ବଦଳରେ ରୁବେଲ ସାମିଲ ହୋଇଛନ୍ତି ।

ଦଳ ଗତ ମ୍ୟାଚରେ େଓ୍ଵଷ୍ଟଇଣ୍ଡିଜ ପରି ଶକ୍ତିଶାଳୀ ଦେଶକୁ ହରାଇବା ପରେ ବାଂଲାଦେଶର ମନୋବଳ ବେଶ ଦୃଢ ରହିଛି । ସେହିପରି ଅଷ୍ଟ୍ରେଲିଆ ଦଳ ୫ଟି ମ୍ୟାଚ ଖେଳି ୪ ବିଜୟ ଓ କେବଳ ଗୋଟିଏ ମ୍ୟାଚ (ଭାରତ ବିପକ୍ଷ)ରେ ପରାଜିତ ହୋଇ ୮ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର