ଲଣ୍ଡନ୍ :  ପୁରୁଷ ବିଶ୍ୱକପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇତିହାସର ସବୁଠାରୁ ବ୍ୟୟ ବହୁଳ ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି । ପ୍ରଥମ କରି ବିଶ୍ୱକପ କ୍ରିକେଟ୍ ଇତିହାସରେ ଚଳିତ ଥର ୧୦ ମିଲିୟନ ଡ଼ଲାର ଟଙ୍କା ଅର୍ଥାତ୍ ଭାରତୀୟ ମୂଦ୍ରାରେ ୭୦ କୋଟି ୧୧ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ତେବେ ବିଶ୍ୱକପ୍ ବିଜେତା ଦଳକୁ ୪ ମିଲିୟନ ଡ଼ଲାର ଅର୍ଥାତ୍ ୨୮ କୋଟି ୪ ଲକ୍ଷ ୭୬ ହଜାର ଟଙ୍କା ପୁରସ୍କାର ମିଳିବ। ସେହଭଳି ରନର୍ସ ଅପ୍ ଦଳକୁ ୨ ମିଲିୟନ ଡଲାର ଅର୍ଥାତ୍ ୧୪ କୋଟି ୩ ଲକ୍ଷ ୧ ହଜାର ଟଙ୍କା ପ୍ରଦାନ କରାଯିବ ।  ସେମି ଫାଇନାଲରେ ପରାଜିତ ହୋଇଥିବା ୨ ଟି ଦଳକୁ ୮୦୦,୦୦୦ ଡଲାର ଲେଖାଏଁ ପ୍ରଦାନ କରାଯିବ ।

Advertisment

publive-image

ଅନ୍ୟପଟେ ବିଶ୍ୱକପ୍ ଲିଗ୍ ଷ୍ଟେଜ ମ୍ୟାଚର ପ୍ରତି ବିଜେତା ଦଳକୁ ୪୦ ହଜାର ଡ଼ଲାର ମିଳିବାକୁ ଥିବା ବେଳେ ଲିଗ୍ ଷ୍ଟେଜରୁ କ୍ବାଲିଫାଏ କରିଥିବା ୬ଟି ଦଳକୁ ୧ ଲକ୍ଷ ଡଲାର ଲେଖାଏଁ ମିଳିବ ବୋଲି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ତେବେ ବର୍ତ୍ତମାନ ପ୍ରତି ଦଳର ନଜର ଏବେ ବିଶ୍ୱକପ୍ ଟ୍ରଫି ଉପରେ ରହିଛି । ବିଶ୍ୱବିଜେତା ହେବା ପାଇଁ ଏବେଠୁ ପ୍ରସ୍ତୁତ ହେଉଛି ରଣନୀତି । ମୋଟ ୧୦ଟି ବିଶ୍ୱକପରେ ଭାଗ ନେଉଥିବା ବେଳେ ପ୍ରତି ଦଳ ଅନ୍ୟ ଦଳ ବିପକ୍ଷରେ ଥରେ ଲେଖାଏଁ ମୈଦାନକୁ ଓହ୍ଲାଇବ । ଏଭଳି ସ୍ଥିତିରେ ବିଶ୍ୱକପର ପ୍ରତି ମ୍ୟାଚ ଉପରେ ବିଭିନ୍ନ ଟିମର ନଜର ରହିବ । ଆଉ ପ୍ରତ୍ୟେକ ଟିମ ଉପରେ ଆଇସିସିର ନଜର ରହିବ ।