ବିଶ୍ୱକପ୍‌: ଜସନ ରୟଙ୍କ ୧୫୩ ରନ୍‌ ପରେ ଷ୍ଟୋକସ୍‌-ଜୋଫ୍ରାଙ୍କୁ ୩-୩ ଓ୍ଵିକେଟ, ବାଂଲାଦେଶକୁ ୧୦୬ ରନ୍‌ରେ ପରାସ୍ତ କଲା ଇଂଲଣ୍ଡ

କାର୍ଡିଫ: ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ମ୍ୟାଚରେ ଶନିବାର ବାଂଲାଦେଶକୁ ଆୟୋଜକ ଇଂଲଣ୍ଡ ୧୦୬ ରନ୍‌ରେ ପରାସ୍ତ କରିଛି। କାର୍ଡିଫର ସୋଫିଆ ଗାର୍ଡେନରେ ବାଂଲାଦେଶ ୩୮୭ ରନ୍‌ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ୪୮.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୮୦ ରନ୍‌ କରିଛି। ବାଂଲାଦେଶର ସାକିବୁଲ ହାସନ୍‌ ଓ ମୁଶଫିକର ରହିମ ଭଲ ସ୍କୋର କରିଥିବା ବେଳେ ଅନ୍ୟ ଖେଳାଳିଙ୍କ ପ୍ରଦର୍ଶନ ଉତ୍ସାହଜନକ ନଥିଲା।

ବାଂଲାଦେଶ ସ୍କୋର

ତମିମ ଇକବାଲ: କ-ମୋର୍ଗାନ-ବୋ-ମାର୍କ ଉଡ ୧୯ ରନ, ୨୯ ବଲ, ୧ ଚୌକା
ସୌମ୍ୟ ସରକାର: ବୋ-ଜୋଫ୍ରା ଆର୍ଚ୍ଚର, ୨ ରନ, ୮ ବଲ
ସାକିବୁଲ ହାସନ: ବୋ-ଷ୍ଟୋକସ୍‌, ୧୨୧ ରନ୍‌, ୧୧୯ ବଲ, ୧୨ ଚୌକା, ୧ ଛକା
ମୁସଫିକର ରହିବ: କ-ରୟ-ବୋ-ପ୍ଲୁକେତ, ୪୪ ରନ, ୫୦ ବଲ, ୨ ଚୌକା
ମହମ୍ମଦ ମିଥୁନ: କ-ବେୟାରଷ୍ଟୋ-ବୋ-ରସିଦ, ୦ ରନ, ୨ ବଲ
ମହମ୍ମଦୁଲା: କ-ବେୟାରଷ୍ଟୋ-ବୋ-ମାର୍କଉଡ, ୨୮ ରନ, ୪୧ ବଲ, ୧ ଚୌକା, ୧ଛକା
ମୋସଡଡେକ ହୁସେନ: କ-ଜୋଫ୍ରା-ବୋ-ଷ୍ଟୋକସ, ୨୬ ରନ, ୧୬ ବଲ, ୪ ଚୌକା
ମହମ୍ମଦ ସଫିଉଦ୍ଦୀନ: ବୋ-ଷ୍ଟୋକସ, ୫ ରନ, ୮ ବଲ
ମେହନ୍ଦି ହାସନ: କ-ବେୟାରଷ୍ଟୋ-ବୋ-ଜୋଫ୍ରା, ୧୨ ରନ, ୮ ବଲ, ୨ ଚୌକା
ମୁଶାରଫ ମୋର୍ତାଜା: ଅପରାଜିତ ୫ ରନ, ୯ ବଲ
ମୁସ୍ତାଫିଜୁର ରହମାନ: କ-ବେୟାରଷ୍ଟୋ-ବୋ-ଜୋଫ୍ରା
ଅତିରିକ୍ତ: ୧୮ ରନ୍‌ (ଲେଗବାଏ ୮, ଓ୍ଵାଇଡ ୧୦)
ମୋଟ: ୨୮୦ (୧୦ ଓ୍ଵିକେଟ, ୪୮.୫ଓଭର)

ପ୍ରଥମ ଇନିଂସରେ ଜସନ ରୟଙ୍କ ବିସ୍ଫୋରକ ବ୍ୟାଟିଂ (୧୫୩ ରନ୍‌) ବଳରେ ଇଂଲଣ୍ଡ ଶନିବାର ବାଂଲାଦେଶ ବିପକ୍ଷରେ ୩୮୬ ରନ୍‌ କରିଥିଲା। ମେହନ୍ଦି ହାସନଙ୍କ ବଲ ମୋର୍ତାଜାଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହେବା ପୂର୍ବରୁ ଜସନ ରାୟ ୧୨୧ଟି ବଲ ଖେଳି ନିଜ ଇନିଂସରେ ୧୪ଟି ଚୌକା ଓ ୫ଟି ଛକା ସାମିଲ କରିଥିଲେ। ବାଂଲାଦେଶ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଇଂଲଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ ମିଳିଥିଲା। ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ଵିକେଟ ହରାଇ ୩୮୬ ରନ୍‌ କରିବା ପରେ ବାଂଲାଦେଶକୁ ୩୮୭ ରନ୍‌ ଟାର୍ଗେଟ ମିଳିଥିଲା।

Hindustan Times

ଇଂସନିସ ଆରମ୍ଭରୁ ଇଂଲଣ୍ଡର ପ୍ରଭାବଶାଳୀ ବ୍ୟାଟିଂ ଦେଖିବାକୁ ମିଳିଥିଲା। ଟିମ୍‌ ପ୍ରଥମ ଓ୍ଵିକେଟରେ ୧୨୮ ରନ କରିଥିବା ବେଳେ ଦ୍ୱିତୀୟ ଓ୍ଵିକେଟ ବେଳକୁ ସ୍କୋର ୨୦୫ ରନ ହୋଇସାରିଥିଲା। ବାଂଲାଦେଶର ୩ୟ ଶିକାର ହୋଇଥିଲେ ଜସନ ରୟ। ସ୍କୋର ୩୩୦ ରନ ବେଳକୁ ଜୋସ ବଟଲର ଆଉଟ ହୋଇଥିଲେ। ସେତେବେଳକୁ ୪୫.୨ ଓଭର ଶେଷ ହୋଇଥିଲା। ଇଂଲଣ୍ଡ ୩୪୦ ରନ୍‌ରେ ଇଅନ ମୋର୍ଗାନ ଓ ୩୪୧ ରନରେ ବେନ ଷ୍ଟୋକସଙ୍କୁ ହରାଇଥିଲା।

ଇଂଲଣ୍ଡ ସ୍କୋରବୋର୍ଡ

ଜସନ ରୟ: କ-ମୋର୍ତାଜା-ବୋ-ମେହନ୍ଦି ହାସନ, ୧୫୩ ରନ, ୧୨୧ ବଲ, ୧୪ ଚୌକା, ୫ ଛକା
ଜନି ବେୟାରଷ୍ଟୋ: କ-ମେହେନ୍ଦି-ବୋ-ମାର୍ତାଜା, ୫୧ ରନ, ୫୦ ବଲ, ୬ ଚୌକା
ଜୋଏ ରୁଟ: ବୋ-ସଫିଉଦ୍ଦୀନ, ୨୧ ରନ, ୨୯ ବଲ, ୧ ଚୌକା
ଜୋସ ବଟଲର: କ-ସୌମ୍ୟ ସରକାର-ବୋ-ସଫିଉଦ୍ଦୀନ, ୬୪ ରନ, ୪୪ ବଲ, ୨ ଚୌକା, ୪ ଛକା
ଇଅନ ମୋର୍ଗାନ: କ-ସୌମ୍ୟ ସରକାର-ବୋ-ମେହେନ୍ଦି, ୩୫ ରନ, ୩୩ ବଲ, ୧ ଚୌକା, ୨ ଛକା
ବେନ ଷ୍ଟୋକସ: କ-ମୋର୍ତାଜା-ବୋ-ମୁସ୍ତାଫିଜୁର, ୬ ରନ, ୭ ବଲ
କ୍ରସି ଓ୍ଵକସ୍‌: ଅପରାଜିତ ୧୮ ରନ, ୮ ବଲ, ୨ ଛକା
ଲିଆମ ପ୍ଲଙ୍କେତ: ଅପରାଜିତ ୨୭ ରନ, ୯ ବଲ, ୪ ଚୌକା, ୧ ଛକା
ଅତିରିକ୍ତ: ୧୧ ରନ (ଲେଗବାଏ ୩, ଓ୍ଵାଇଡ ୭, ନୋ ୧)
ମୋଟ୍‌: ୩୮୬ ରନ (୬ ଓ୍ଵକେଟ, ୫୦ ଓଭର)

ସମ୍ବନ୍ଧିତ ଖବର