ବିଶ୍ୱକପ୍‌: ପ୍ରଥମ ଅଭ୍ୟାସ ମ୍ୟାଚରେ ୧୭୯ ରନ୍‌ରେ ଭାରତକୁ ଅଟକାଇଲା ନ୍ୟୁଜିଲାଣ୍ଡ, ମିଳିଲା ୧୮୦ ରନ୍‌ ଟାର୍ଗେଟ

ଲଣ୍ଡନ: ଅର୍ନ୍ତଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ୍‌ ପୂର୍ବରୁ ଅଭ୍ୟାସ ମ୍ୟାଚରେ ଶନିବାର ଭାରତ ୧୭୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି। ଅଧିନାୟକ ବିରାଟ କୋହଲି ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଅଭ୍ୟାସ ମ୍ୟାଚରେ ଭାରତର ବ୍ୟାଟିଂ ପ୍ରଦର୍ଶନ ବହୁତ ଖରାପ ଦେଖିବାକୁ ମିଳିଛି। ଟିମ୍‌ ୩୯.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୭୯ ରନ୍‌ କରିଛି।

ନ୍ୟୁଜିଲାଣ୍ଡର ବୋଲରଙ୍କ ସମ୍ମୁଖରେ ଏକମାତ୍ର ବ୍ୟାଟସ୍‌ମ୍ୟାନ ଭାବେ ରବୀନ୍ଦ୍ର ଜାଦେଜା (୫୪ ରନ୍‌) ଭଲ ବ୍ୟାଟିଂ କରିଛନ୍ତି। ସେ ୫୦ଟି ବଲ ଖେଳି ୬ ଚୌକା ଓ ୨ଟି ଛକା ମାରିଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ଠାରୁ ଦର୍ଶକ ବହୁତ ଆଶା ରଖିଥିଲେ । ମାତ୍ର ଧୋନି ୪୨ଟି ବଲ ଖେଳି ୧୭ ରନ୍‌ ଦଳ ପାଇଁ ଯୋଡ଼ିଥିଲେ। ଭାରତ ସ୍କୋର ୯୧ ରନ୍‌ରେ ୭ମ ଓ୍ଵିକେଟ ଭାବେ ଧୋନିଙ୍କୁ ହରାଇଥିଲା। ଟିମ୍‌ ଇଣ୍ଡିଆର ସ୍କୋର ୧୧୫ ରନ୍‌ରେ ଭୁବନେଶ୍ୱର କୁମାର (୧ ରନ), ୧୭୭ ରନ୍‌ରେ ରବୀନ୍ଦ୍ର ଜାଦେଜା ଆଉଟ ହୋଇଥିଲେ। ନ୍ୟୁଜିଲାଣ୍ଡର ଶେଷ ଶିକାର ହୋଇଥିଲେ କୁଲଦୀପ ଯାଦବଜ(୧୯ ରନ)।

ସ୍କୋର ୩୯ ରନ୍‌ ବେଳକୁ ଭାରତ ୪ଟି ମୂଲ୍ୟବାନ ଓ୍ଵିକେଟ ହରାଇ ସାରିଛି। ଭାରତ ସ୍କୋର ୩ ରନ୍‌ରେ ରୋହିତ ଶର୍ମାଙ୍କୁ ପ୍ରଥମ ଓ୍ଵିକେଟ୍‌ ଭାବେ ହରାଇଥିଲା। ସ୍କୋର ୧୦ ରନ୍‌ ବେଳକୁ ଶିଖର ଧାଓ୍ଵନ୍‌ ଆଉଟ ହୋଇ ପାଭଲିଅନ୍‌ ଫେରିଥିଲେ। ସେହିପରି ୨୪ ରନ୍‌ରେ ୩ୟ (ଲୋକେଶ ରାହୁଲ), ୩୯ ରନ୍‌ରେ ୪ର୍ଥ ଓ୍ଵିକେଟ (ବିରାଟ କୋହଲି) ହରାଇଥିଲା। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୫ମ ଓ୍ଵିକେଟରେ ସ୍କୋରକୁ ୭୭ ରନ୍‌ରେ ପହଂଚାଇଥିଲେ। ପାଣ୍ଡ୍ୟା ମଧ୍ୟ ଅଧିକ ସମୟ କ୍ରିଜ୍‌ରେ ରହିପାରି ନଥିଲେ। ସେ ୩୭ଟି ବଲ ଖେଳି ୩୦ ରନ୍‌ କରିଥିଲେ। ଏଥିରେ ୬ଟି ଚୌକା ମଧ୍ୟ ସାମିଲ ଥିଲା।

Hindustan Times

ଉଭୟ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ଵନ ୨-୨ ରନ୍‌ କରିଥିଲେ। ସେମାନେ ଟ୍ରେଣ୍ଟ ବୋଲଟଙ୍କ ଦ୍ୱାରା ଶିକାର ହୋଇଥିଲେ। ଅଧିନାୟକ ବିରାଟ କୋହଲି ୧୮ ରନ୍‌ କରି ଗ୍ରାଣ୍ଡହୋମଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭଲିଅନ ଫେରିଥିଲେ। ସେହିପରି ଲୋକେଶ ରାହୁଲ ୬ ରନ୍‌ କରି ବୋଲଟ୍‌ଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ଭାରତ ୧୯.୧ ଓଭର ବେଳକୁ ୫ଟି ଓ୍ଵିକେଟ ହରାଇ ସାରିଥିବା ବେଳେ ୧୯.୪ ଓଭରରେ ଦିନେଶ କାର୍ତ୍ତିକ ୩ଟି ବଲ ଖେଳି ୪ ରନ୍‌ କରି ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର