ବିଶ୍ୱକପ୍‌ ମ୍ୟାଚ୍‌ରେ ପ୍ରଥମ ଭାରତୀୟ ବଲ୍‌ ଗାର୍ଲ

ରିଷିଙ୍କ ପରେ ନାଥନିଆ ରଚିଲେ ଇତିହାସ

ନୂଆଦିଲ୍ଲୀ: ଚଳିତ ଫିଫା ବିଶ୍ୱକପ୍‌ରେ ଭାରତୀୟ ଫୁଟ୍‌ବଲ୍‌ ଦଳର ସଂପୃକ୍ତି ନଥିଲେ ମଧ୍ୟ ଦୁଇ ଜଣ ଭାରତୀୟଙ୍କୁ ମିଳିଛି ସୁଯୋଗ। ସୋମବାର ବେଲ୍‌ଜିୟମ୍‌-ପାନାମା ମ୍ୟାଚ୍‌ରେ ବଲ୍‌ ବୟ ରହି କର୍ଣ୍ଣାଟକର ରିଷି ତେଜ୍‌ ରୁଷିଆ ବିଶ୍ୱକପ୍‌ରେ ପ୍ରଥମ ଭାରତୀୟ ବାଳକ ଭାବେ ଇତିହାସ ରଚିଥିଲେ। ତାଙ୍କପରେ ଶୁକ୍ରବାର ବ୍ରାଜିଲ-କୋଷ୍ଟାରିକା ମ୍ୟାଚ୍‌ରେ ତାମିଲନାଡ଼ୁ ଝିଅ ନାଥନିଆ ଜନ୍‌ କାଣ୍ଡାଥିଲ୍‌ ବଲ୍‌ ଗାଲ୍‌ର୍ ରହି ଭାରତୀୟ ବାଳିକା ଇତିହାସରେ ଅଉ ଏକ ଫର୍ଦ ଯୋଡ଼ିଥିଲେ। ୧୦ ବର୍ଷ ବୟସ୍କା ରିଷି ପ୍ରଥମ ଭାରତୀୟ ବାଳିକ ହେବାର ଗୌରବ ବହନ କରିଥିଲା ବେଳେ ୧୧ ବର୍ଷୀୟା ନାଥାନିଆ ପ୍ରଥମ ଭାରତୀୟ ଝିଅ ହୋଇଥିଲେ। ଆନ୍ଧ୍ରପ୍ରଦେଶର ଚିଟୋରସ୍ଥିତ ରିଷି ଭାଲି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି। ବିଶ୍ୱକପ୍‌ରେ ସୁଯୋଗ ମିଳିଥିବାରୁ ସେ ବହୁତ ଖୁସି ହୋଇଛନ୍ତି। ସେ ମଧ୍ୟ ନିଜ ବିଦ୍ୟାଳୟର ବରିଷ୍ଠ ଦଳରେ ମଧ୍ୟଭାଗରେ ଖେଳୁଛନ୍ତି। ଏଠାରେ ସୂଚନାଯୋଗ୍ୟ, ଚଳିତ ବିଶ୍ୱକପ୍‌ ପାଇଁ ବିଭିନ୍ନ ଦେଶରୁ ମୋଟ ୬୪ ବିଦ୍ୟାଳୟ ପିଲାଙ୍କୁ ବଲ୍‌ ବୟ/ଗାଲ୍‌ର୍ ଭାବେ ସ୍ୱୀକୃତି ଦେଇଥିଲା ବେଳେ ସେମାନଙ୍କ ମଧ୍ୟରେ ଭାରତରୁ କେବଳ ୨ ଜଣ (ରିଷି ଓ ନାଥନିଆ) ସାମିଲ ହେବାର ଗୌରବ ବହନ କରିଥିଲେ।

ସମ୍ବନ୍ଧିତ ଖବର