ବିଶ୍ୱ କନିଷ୍ଠ ପେନ୍‌ଚାକ ସିଲାଟ୍‌ରେ ଯସ୍ମିନଙ୍କୁ କାଂସ୍ୟ

ସମ୍ବଲପୁର: ଥାଇଲାଣ୍ଡର ସଂଗଖଲାରେ ଅନୁଷ୍ଠିତ କନିଷ୍ଠ ବିଶ୍ୱ ପେନ୍‌ଚାକ ସିଲାଟ ପ୍ରତିଯୋଗିତାରେ ଓଡ଼ିଶାର ଜସ୍ମିନ ଅଗ୍ରଓ୍ଵାଲ କାଂସ୍ୟ ପଦକ ଜିତିଛନ୍ତି। ଅନ୍ତର୍ଜାତୀୟ ପେନ୍‌ଚାକ ସିଲାଟ ମହାଂସଘର ତତ୍ତ୍ୱାବଧାନରେ ଥାଇଲାଣ୍ଡ ପେନଚାକ ସିଲାଟ ସଂଘ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରି ଯସ୍ମିନ ବାଳିକା ୫୧ରୁ ୫୫ କେଜି ବର୍ଗ ଟେଣ୍ଡିଙ୍ଗରେ ଏହି ସଫଳତା ଲାଭ କରିଛନ୍ତି। ଏହି କୃତିତ୍ୱ ପାଇଁ ତାଙ୍କୁ ଓଡ଼ିଶା ରାଜ୍ୟ ସଂଘର ସଂପାଦକ ପ୍ରେମ ସିଂହ ଥାପା, ଉପସଭାପତି ରବୀନ୍ଦ୍ର ଚୌଧୁରୀ, ସହସଂପାଦକ ମନୋରଂଜନ ଭଞ୍ଜ, ମୁଖ୍ୟଉପଦେଷ୍ଟା ସୁନ୍ଦରମଣି ବାରିକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର