ବିଶ୍ୱ କିକ୍‌ ବକ୍ସିଂ ପାଇଁ ଓଡ଼ିଶାରୁ ୫

ନାଲ୍‌କୋନଗର: ବିଶ୍ୱ କିକ୍‌ ବକ୍ସିଂ ସଂଘ (ଓ୍ଵାକୋ) ଆନୁକୂଲ୍ୟରେ ହଙ୍ଗେରିର ବୁଦାପେଷ୍ଟରେ ନଭେମ୍ବର ୩ରୁ ୧୨ ତାରିଖ ପର୍ଯ୍ୟନ୍ତ ବିଶ୍ୱ କିକ୍‌ ବକ୍ସିଂ ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ଭାଗ ନେବା ପାଇଁ ଭାରତୀୟ ସଂଘ ପକ୍ଷରୁ ୪୮ ପ୍ରତିଯୋଗୀଙ୍କୁ ବଛା ଯାଇଛି। ସେଥିରେ ଓଡ଼ିଶାର ୫ ଜଣ ସାମିଲ ହୋଇଛନ୍ତି। ବରିଷ୍ଠ ପୁରୁଷ ବିଭାଗ ମ୍ୟୁଜିକାଲ୍‌ ବେୟାର୍‌ ହ୍ୟାଣ୍ଡ ବର୍ଗରେ କାର୍ତ୍ତିକ ଡାକୁଆ, କିକ୍‌ ଲାଇଟ୍‌ ୭୫ କେଜି ସଫ୍ଟ ଷ୍ଟାଇଲ୍‌ ବର୍ଗରେ ବୀରେନ୍‌ ଦାସ, ୯୪ କେଜି ହାର୍ଡ ଷ୍ଟାଇଲ୍‌ ବର୍ଗରେ ସତ୍ୟପ୍ରିୟ ପାତ୍ର, ୭୯ କେଜି ପଏଣ୍ଟ ଆଣ୍ଡ ଲାଇଟ୍‌ କଣ୍ଟାକ୍ଟ ବର୍ଗରେ ଜିତେନ୍ଦ୍ର ରାଉତ ଓ ୮୯ କେଜି ପଏଣ୍ଟ ଲାଇଟ୍‌ କଟାକ୍ଟ ବର୍ଗରେ ପାର୍ଥସାରଥୀ ଦାସ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଓଡ଼ିଶା ସୌଖୀନ କିକ୍‌ ବକ୍ସିଂ ସଂଘ (ନାଲ୍‌କୋନଗର) ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି କାର୍ତ୍ତିକ ଡାକୁଆ ସୂଚନା ଦେଇଛନ୍ତି। ଓଡ଼ିଶା ଖେଳାଳିମାନେ ଆସନ୍ତା ୧ ତାରିଖରେ ହଙ୍ଗେରି ଅଭିମୁଖେ ଯାତ୍ରା କରିବେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି ହେମନ୍ତ ଦାସ, ସମ୍ପାଦକ ଯଯାତି କେଶରୀ ଧଳ, ସହସମ୍ପାଦକ ବିଚିତ୍ର ନାରାୟଣ ଜେନା, ସାଙ୍ଗଠନିକ ସଂପାଦକ କୃଷ୍ଣଚନ୍ଦ୍ର ଡାକୁଆ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର