ବିଶ୍ବ ମାନ୍ୟତା ଶୀର୍ଷରେ ପ୍ରମୋଦ

ଭୁବନେଶ୍ବର: ଭାରତୀୟ ପାରା ବ୍ୟାଡ୍‌ମିଣ୍ଟନ୍‌ ତାରକା ଓଡ଼ିଆ ପୁଅ ପ୍ର‌ମୋଦ ଭଗତ ବୁଧବାର ଘୋଷିତ ବିଶ୍ବ ମାନ୍ୟତାରେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଷ୍ଟାଡିଂ ଲୋୟର (ଏସ୍‌ଏଲ୍‌-୩)ରେ ୩୦ ବର୍ଷୀୟ ପ୍ରମୋଦ ଚଳିତ ବର୍ଷ ୩ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହି ସଫଳତା ତାଙ୍କ ମାନ୍ୟତା ବୃଦ୍ଧିରେ ସହାୟତା କରିଥିଲା। ଚଳିତ ବର୍ଷ ଫେବ୍ରୁଆରିରେ ୟୁଏଇର ସାରାଜାରେ ଆୟୋଜିତ ଆଇ ଡବ୍ଲୁଏଏସ୍‌ ବିଶ୍ବ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତି ସଫଳ ଅଭିଯାନ ଆରମ୍ଭ କରିଥିଲେ। ଏହା ପ‌ରେ ଗତ ମାସରେ ସେ ତୁର୍କିର ଆନ୍ତଲ୍ୟାରେ ଅନୁଷ୍ଠିତ ପଞ୍ଚମ ତୁର୍କିସ୍‌ ପାରା ବ୍ୟାଡ୍‌ମିଣ୍ଟନ୍‌ ଅନ୍ତର୍ଜାତୀୟ ଏବଂ ଚଳିତ ମାସରେ ଦ୍ବିତୀୟ ଫାଜା ଦୁବାଇ ପାରା ବ୍ୟ‌ାଡ୍‌ମିଣ୍ଟନ୍‌ ଅନ୍ତର୍ଜାତୀୟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଗତ ବର୍ଷ ପ୍ରମୋଦ ଏସୀୟ ବିଜେତା ହେବା ସହ ମୋଟ ୪ ସ୍ବର୍ଣ୍ଣ ପଦକ କରାୟତ କରିଥିଲେ।

ସମ୍ବନ୍ଧିତ ଖବର