ଭୁବନେଶ୍ବର: ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ବିଜରଲାଣ୍ଡର ବାସିଲଠାରେ ଆୟୋଜିତ ବିଶ୍ବ ପାରା ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଦୁଇଟି (ଏକକ, ଯୁଗଳ) କ୍ବାର୍ଟର୍ ଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ପରୁଷ ଏକକ ପ୍ରି-କ୍ବାର୍ଟର୍ ଫାଇନାଲ୍ରେ ଶୀର୍ଷ ମାନ୍ୟତାପ୍ରାପ୍ତ ପ୍ରମୋଦ ୨୧-୧୫, ୨୧-୧୨ରେ ଚୀନ୍ର ସିଆୟୁ ଚେନ୍ଙ୍କୁ ହରାଇଥିଲେ। କ୍ବାର୍ଟର୍ ଫାଇନାଲ୍ରେ ସେ ଭାରତୀୟ ଖେଳାଳି ବିକ୍ରମ କୁମାରଙ୍କୁ ଭେଟିବେ। ସେହିପରି ପୁରୁଷ ଯୁଗଳରେ ମନୋଜ ସରକାରଙ୍କୁ ସାଥୀ କରି ଖେଳୁଥିବା ପ୍ରମୋଦ ୨୧-୧୪, ୨୧-୬ରେ ଇଂଲଣ୍ଡ ଓ ସ୍କଟଲାଣ୍ଡ ଯୋଡ଼ି ଆଣ୍ଟୋନି ଫର୍ଷ୍ଟର-କଲିନ୍ ଲେସ୍ଲିଙ୍କୁ ପରାସ୍ତ କରିଥିଲେ। ଫଳରେ ଏହି ଭାରତୀୟ ଯୋଡ଼ି ଗ୍ରୁପ୍-ବି ବିଜେତା ହୋଇ ଶୀର୍ଷ ୮ରେ ସାମିଲ ହୋଇଥିଲେ। ସେମିଫାଇନାଲ୍ ସ୍ଥାନ ଲାଗି ଦ୍ବିତୀୟ ମାନ୍ୟତାପ୍ରାପ୍ତ ପ୍ରମୋଦ ଓ ମନୋଜ ଶୀର୍ଷ ମାନ୍ୟତାପ୍ରାପ୍ତ ଜର୍ମାନି ଯୋଡ଼ି ଜାନ୍ ନିକ୍ଲାସ ପୋଟ୍ ଓ ପାସ୍କଲ ଓଲ୍ଟରଙ୍କୁ ଭେଟିବେ।