ବିଶ୍ୱ ରାପିଡ୍‌ ଚେସ୍‌: ଶୀର୍ଷ ମାନ୍ୟତାଙ୍କୁ ହରାଇଲେ ଆନନ୍ଦ

ରିୟାଧ: ପୂର୍ବତନ ବିଶ୍ୱ ବିଜେତା ଭାରତୀୟ ଗ୍ରାଣ୍ଡ୍‌ମାଷ୍ଟର ସାଉଦି ଆରବର ରିୟାଧରେ ଚାଲିଥିବା ବିଶ୍ୱ ରାପିଡ୍‌ ଚେସ୍‌ରେ ଶୀର୍ଷ ମାନ୍ୟତା ଖେଳାଳି ମାଗନସ୍‌ କାର୍ଲସନ୍‌ଙ୍କୁ ପରାସ୍ତ କରିଛନ୍ତି। ବୁଧବାର ନବମ ରାଉଣ୍ଡ୍‌ ମୁକାବିଲାରେ ଆନନ୍ଦ ୩୪ ଚାଲ୍‌ ପରେ ବିଜୟ ପାଇଥିଲେ। ଏହି ବିଜୟ ସହ ଆନନ୍ଦ ନବମ ରାଉଣ୍ଡ୍‌ ଶେଷରେ ଭ୍ଲାଦିମିର କ୍ରାମନିକ୍‌ ଏବଂ ଓ୍ଵା ହୋଙ୍କ ସହ ମିଳିତ ଭାବେ ପଏଣ୍ଟ୍‌ ତାଲିକାର ଶୀର୍ଷରେ ରହିଛନ୍ତି। ଅନ୍ୟଜଣେ ଭାରତୀୟ ତାରକା ପୁନେର ଈଶା କାରାଭାଦେ ନବମ ରାଉଣ୍ଡ୍‌ ମୁକାବିଲାରେ ନିଜଠାରୁ ଅଧିକ ମାନ୍ୟତା ପ୍ରାପ୍ତ ଖେଳାଳି ଭାଲେନଯିନା ଗୁନିନାଙ୍କୁ ହରାଇଛନ୍ତି।

ସମ୍ବନ୍ଧିତ ଖବର