କଳିଙ୍ଗ ଷ୍ଟାଡିୟମରେ ବିଶ୍ବ ବିଶ୍ବବିଦ୍ୟାଳୟ ଦୌଡ଼କୁଦ ଚୟନ ଶିବିର

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାରଠାରୁ ବିଶ୍ବ ବିଶ୍ବବିଦ୍ୟାଳୟ ଦୌଡ଼କୁଦ ଲାଗି ଭାରତୀୟ ଦଳର ଚୟନ ଶିବିର ଆରମ୍ଭ ହୋଇଛି। ଏଥିରେ ସାରା ଦେଶର ୮୦ ଜଣ ଖେଳାଳି ଅଂଶ ଗ୍ରହଣ କରିଛନ୍ତି। ପ୍ରତିଷ୍ଠିତ ଓଡ଼ିଆ ପ୍ରଶିକ୍ଷକ ସଞ୍ଜୟ ଗଡ଼ନାୟକ ଏହାର ପରିଚାଳନା କରୁଛନ୍ତି। ଷ୍ଟାଡିୟମ୍ ଅଧିକାରୀଙ୍କ ସହ ତ୍ରିନାଥ ନାୟକ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି। ଏହି ଶିବିର ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଶ୍ବ ବିଶ୍ବବିଦ୍ୟାଳୟ ଦୌଡ଼କୁଦ ଇଟାଲିର ନାପଲେସଠାରେ ଆସନ୍ତା ଜୁଲାଇ ମାସ ୩ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଭାରତୀୟ ଦଳରେ ଓଡ଼ିଆ ତାରକା ଦୂତି ଚାନ୍ଦ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ସେ ପତିଆଲାରେ ରହି ଏଥିଲାଗି ପ୍ରସ୍ତୁତି କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର