ୟଙ୍ଗ୍‌ ଇଣ୍ଡିଆ ସିପିଏଲ୍‌: ଯୁଗଳ ବିଜୟ ସହ ଟେବୁଲ ଶୀର୍ଷରେ କଳିଙ୍ଗ ପାନ୍ଥର୍ସ

ଭୁବନେଶ୍ବର: କର୍ପୋରେଟ୍‌ କ୍ରିକେଟ୍‌ କ୍ଲବ୍‌ ଆନୁକୂଲ୍ୟରେ ଚାଲିଥିବା ୟଙ୍ଗ ଇଣ୍ଡିଆ ‌କର୍ପୋରେଟ୍‌ କ୍ରିକେଟ୍‌ ଲିଗ୍‌ (ୱାଇଆଇ ସିପିଏଲ୍‌)ର ବୁଧବାର ଯୁଗଳ ବିଜୟ ସହ କଳିଙ୍ଗ ପାନ୍ଥର୍ସ ପଏଣ୍ଟ୍‌ ଟେବୁଲର ଶୀର୍ଷରେ ରହିଛି। ଏହି ଦଳ ପ୍ରଥମ ମ୍ୟାଚ୍‌ରେ ରୟାଲ ରେଞ୍ଜର୍ସକୁ ଏବଂ ଦ୍ବିତୀୟରେ ସ୍ପାର୍ଟନ୍ସ ଏକାଦଶକୁ ପରାସ୍ତ କରିଥିଲେ। ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ଭୁବନେଶ୍ବର ଜିଆଣ୍ଟ୍ସକୁ ଆର୍‌କେଡି, ବ୍ଲୁଟେକ୍‌ ସ୍ମାର୍ସସ୍‌କୁ ସର୍ଜିକାଲ୍‌ ଷ୍ଟ୍ରାଇକର୍‌ ଏବଂ କ୍ଲାଉଡ୍‌ ଏକାଦଶକୁ ସ୍ପାର୍ଟନ୍‌ ଏକାଦଶ ପରାସ୍ତ କରିଥିଲା। ଦେବାଶିଷ ସାମଲ (୧୧୬) ଶତକ ହାସଲ କରିଥିଲା ବେଳେ ରାଜେଶ ପାଇକରାୟ (୯୦ ରନ୍‌ ଓ ୨ ୱିକେଟ୍‌) ବୁଧବାର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ।

ସମ୍ବନ୍ଧିତ ଖବର