ଯୁବା ବାସ୍କେଟବଲ ଆରମ୍ଭ: ଏମ୍‌ବିସି, ସାଇନିଂ ଷ୍ଟାର ବିଜୟୀ

ଭୁବନେଶ୍ୱର: ସହିଦ ନଗରସ୍ଥିତ ସନ୍‌ସାଇନ୍‌ ଯୁବ ସଂଘ ଆନୁକୂଲ୍ୟରେ ଯୁବା ବାସ୍କେଟ୍‌ବଲ୍‌ ପ୍ରତିଯୋଗିତା ବୁଧବାର ଇମ୍ଫା ପାର୍କ ବାସ୍କେଟ୍‌ବଲ୍‌ ପଡ଼ିଆରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଖେଳା ଯାଇଥିବା ଦୁଇଟି ମ୍ୟାଚ୍‌ରେ ମଦର୍ସ ବାସ୍କେଟବଲ୍‌ କ୍ଲବ୍‌ (ଏମ୍‌ବିସି) ଏବଂ ସାଇନିଂ ଷ୍ଟାର ବିଜୟୀ ହୋଇଛନ୍ତି। ଏମ୍‌ବିସି ୫୮-୪୧ରେ କ୍ରୀଡ଼ା ଛାତ୍ରାବାସକୁ ଏବଂ ସାଇନିଂ ଷ୍ଟାର ୬୮-୬୩ରେ ରୋଭର୍ସକୁ ପରାସ୍ତ କରିଥିଲା। ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲା ବେଳେ ମାନସ ରଂଜନ ମହାନ୍ତି ଏବଂ କର୍ପୋରେଟର ସାସ୍ୱତୀ ମିଶ୍ର ଏବଂ ମୁଖ୍ୟ ପରାମର୍ଶଦାତା ସରୋଜ କୁମାରୀ ପାତ୍ର ଉପସ୍ଥିତ ଥିଲେ। ଏହି ଅବସରରେ କରାଟେକା ଭାଲିନା ଭାଲେଣ୍ଟିନାଙ୍କୁ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର