ଯୁବ ଅଲିମ୍ପିକ୍ସ ଶିବିରରେ ୩ ଓଡ଼ିଆ

ଭୁବନେଶ୍ୱର: ପାତିଆଲାରେ ଆରମ୍ଭ ହେବାକୁ ଯାଉଥିବା ଯୁବ ଅଲିମ୍ପିକ୍ସ ଏବଂ ଅଲିମ୍ପିକ୍ସ ସମ୍ଭାବ୍ୟ ଖେଳାଳିଙ୍କ ପ୍ରସ୍ତୁତି ଶିବିରରେ ଓଡ଼ିଶାରୁ ୩ ଜଣ ଯୁବ ପ୍ରତିଭାଙ୍କୁ ଡାକରା ମିଳିଛି। ସଦ୍ୟ ସମାପ୍ତ ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡ଼ା ସହିତ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଉଦୀୟମାନ ଝିଲ୍ଲି ଦଳବେହେରା, ସ୍ନେହା ସୋରେନ୍‌ ଏବଂ ଘାସୀରାମ ମାଝୀଙ୍କୁ ପାତିଆଲା ଶିବିରରୁ ଡାକରା ମିଳିଛି। ଝିଲ୍ଲୀ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସର ହୋଇଥିବାବେଳେ ସ୍ନେହା ମୟୂରଭଞ୍ଜର ଏବଂ ଘାସୀରାମ ଗଞ୍ଜାମ ଜିଲ୍ଲାର।

ସମ୍ବନ୍ଧିତ ଖବର