କେବିସିରେ କାନ୍ଦିଲେ ଯୁବରାଜ!

ସୋନି ଟିଭିରେ ପ୍ରସାରିତ ‘କୌନ ବନେଗା କୋରଡପତି’ ଘରେ ଘରେ ପରିଚିତ। ପ୍ରତି ଏପିସୋଡକୁ ଦେଖିବା ପାଇଁ ଲୋକଙ୍କ ଭିତରେ ଥାଏ ପ୍ରବଳ ଉତ୍ସାହ। ତେବେ ଏହା ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଦୁଇ ମାସ ପ୍ରସାରିତ ହେବା ପରେ ‘କୌନ ବନେଗା କୋରଡପତି’ ନଭେମ୍ବର ୭ରେ ସମାପ୍ତ ହେବାକୁ ଯାଉଛି।

ତେବେ ନଭେମ୍ବର ୬ରେ ପ୍ରସାରିତ ହେବାକୁ ଥିବା ଅଧ୍ୟାୟ ଦର୍ଶକଙ୍କ ପାଇଁ ସବୁଠୁ ଅଧିକ ସ୍ମରଣୀୟ ହୋଇରହିବ। ଏହି ଅଧ୍ୟାୟରେ କ୍ରିକେଟର ଯୁବରାଜ ଓ ଅଭିନେତ୍ରୀ ବିଦ୍ୟାବାଲାନ ଆସୁଛନ୍ତି। ଆଉ ଏହି ଦୁଇ ଷ୍ଟାର ନିଜ ମନକଥା ଦର୍ଶକଙ୍କ ଆଗରେ କହିବେ। ତେବେ ଯୁବରାଜ ଏହି ସୋ’ ରେ କାନ୍ଦିଛନ୍ତି । ଜାଣିବା ପାଇଁ ଚାହୁଁଛନ୍ତି କି, କାହିଁକି କାନ୍ଦିଲେ ଯୁବରାଜ?

କ୍ରିକେଟର ଯୁବାରାଜ ୨୦୧୧ ବିଶ୍ୱକପ ସମୟର କିଛି ଅଭୁଲା ସ୍ମୃତି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ସେହି ସମୟରେ ତାଙ୍କ ଦେହ ବହୁତ ଖରାପ ହୋଇଥିଲା। ଯେତେବେଳେ ମୁଁ ଶୋଇକି ଉଠିଲି ବହୁତ କାଶ ହେବା ସହ ରକ୍ତମିଶା କଫ ବହାରିଥିଲା। ୧୪ ସେଂଟିମିଟରର ଟ୍ୟୁମର ପେଟର କଷ୍ଟ ବଢାଇଦେଉଥିଲା। ଡାକ୍ତର କହିଥିଲେ ଶୀଘ୍ର ଚିକିତ୍ସା ନକଲେ ବଂଚିବା ଆଶା କମ। ଖେଳ ଖରାପ ପ୍ରଦର୍ଶନ ସହ ଦେହ ଖରାପ ଯୋଗୁ ମୋର ମାନସିକ ଅବସ୍ଥା ଠିକ ନଥିଲା। ଏସହୁ କହିବା ସମୟରେ ଭାବପ୍ରବଣ ହୋଇଯାଇଥିଲେ ଯୁବରାଜ ଓ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ଆଉ ସାମ୍ନାରେ ବସିଥିବା ଅମିତାଭ ବଚନ ତାଙ୍କ କଥା ଶୁଣି ର୍ନିବାକ ଓ ଭାବୁକ ହୋଇଯାଇଥିଲେ।

ଆଉ ଏକ ଭିଡିଓରେ ମଜା କଥା କହିଛନ୍ତି ଯୁବରାଜ। ବସରେ ସିନିୟରମାନେ ଆଗ ସିଟରେ ଓ ଜୁନିୟରମାନେ ପଛ ସିଟରେ ବସିଥିଲେ। ସେତେବେଳେ ସଚିନ ଆଗ ସିଟରୁ ଆସି ସମସ୍ତ ଜୁନିୟରଙ୍କ ସହ ହାତ ମିଳାଇଥିଲେ। ସେତେବେଳେ ଯୁବରାଜ ନିଜ ହାତକୁ ସଚିନଙ୍କ ଦେହରେ ଘସି ଦେଇଥିଲେ। କାରଣ ଆଗକୁ କଣ ହେବ ସେ ଜାଣିନଥିଲେ। ଯୁବିଙ୍କ ଏହି କଥାରେ ସମସ୍ତେ ହସିଥିଲେ।

ସମ୍ବନ୍ଧିତ ଖବର