ୟୁକି-ଶରଣଙ୍କ ଅଭିଯାନ ଶେଷ

ପ୍ୟାରିସ୍‌: ଭାରତୀୟ ଯୋଡ଼ି ୟୁକି ଭାମ୍ବ୍ରି ଓ ଦିବିଜ ଶରନ୍‌ଙ୍କ ଫ୍ରେଞ୍ଚ୍‌ ଓପନ୍‌ ଅଭିଯାନ ଶେଷ ହୋଇଯାଇଛି। ଭାରତୀୟ ତାରକା ପୂରବ ରାଜା ଓ ତାଙ୍କ ସାଥୀ ଫାବ୍ରିସ୍‌ ମାର୍ଟିନ୍‌ଙ୍କୁ ପୁରୁଷ ଯୁଗଳ ପ୍ରଥମ ରାଉଣ୍ଡ୍‌ରେ ପରାସ୍ତ କରିଥିବା ଏହି ଯୋଡ଼ି ଶୁକ୍ରବାର ଦ୍ୱିତୀୟ ରାଉଣ୍ଡ୍‌ ପରାଜୟ ସହ ବିଦାୟ ନେଇଛନ୍ତି। ୟୁକି ଓ ଶରନ୍‌ଙ୍କୁ ଏହି ରାଉଣ୍ଡ୍‌ରେ ଦ୍ୱିତୀୟ ମାନ୍ୟତା ଅଷ୍ଟ୍ରିଆ-କ୍ରୋଏସିଆ ଯୋଡ଼ି ଓଲିଭର୍‌ ମୋରାକ୍‌ ଓ ମେଟ୍‌ ପାଭିକ୍‌ ସିଧାସଳଖ ୭-୫ ଓ ୬-୩ ସେଟ୍‌ରେ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର