କଟକ: ଭାରତୀୟ କ୍ରିକେଟର ଷ୍ଟାଇଲିସ୍ ଖେଳାଳି ଯୁବରାଜ ସି˚ହ ଆଉ ନୀଳ ଜର୍ସିରେ ଦେଖାଯିବେ ନାହିଁ। ଅନେକ କୀର୍ତ୍ତିମାନର ଅଧିକାରୀ ଯୁବରାଜଙ୍କର ଓଡ଼ିଶା ସହ ମଧ୍ୟ ସ୍ମରଣୀୟ ମୁହୂର୍ତ୍ତ ରହିଛି। ଓଡ଼ିଶା ବିପକ୍ଷରୁ ସେ ତାଙ୍କର ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ। ଏଥି ସହିତ ବାରବାଟୀ ଷ୍ଟାଡିୟମରେ ସେ ୫ ମ୍ୟାଚ ଖେଳିଥିଲା ବେଳେ ଗୋଟିଏ ଶତକ ସହାୟତାରେ ୧୯୦ ରନ୍ କରିଛନ୍ତି। ଏହାମଧ୍ୟରେ ୨୦୧୭ରେ ଇ˚ଲଣ୍ତ ବିପକ୍ଷରେ ସେ ହାସଲ କରିଥିବା ୧୫୦ ରନ୍ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଭାବେ ପରିଗଣିତ ହୋଇଆସୁଛି। ମୋହାଲିରେ ୧୯୯୭ ଫେବ୍ରୁଆରି ୮ ତାରିଖରେ ଓଡ଼ିଶା ବିପକ୍ଷରେ ଅନୁଷ୍ଠିତ ରଣଜୀ ମ୍ୟାଚ୍ରେ ଯୁବରାଜ ପ୍ରଥମ ଶ୍ରେଣୀ ସୁଯୋଗ ପାଇଥିଲେ। ପ୍ରଥମ ପାଳିରେ ପ୍ରଶାନ୍ତ ମହାପାତ୍ରଙ୍କ ୫୦, ଅଧିନାୟକ ସ˚ଜୟ ରାଉଳଙ୍କ ୬୪ ରନ୍ ସହାୟତାରେ ଓଡ଼ିଶା ୩୧୨ ରନ୍ ସ˚ଗ୍ରହ କରିଥିଲା। ଜବାବରେ ପଞ୍ଜାବ ପାଳି ଆରମ୍ଭ କରିବାକୁ ଅଜୟ ମେହେରାଙ୍କ ସହିତ ଯୁବରାଜ ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ଯୁବରାଜ ସାମ୍ନା କରିଥିବା ପ୍ରଥମ ବଲ୍ରେ ହିଁ ତାଙ୍କୁ ପାଭିଲିଅନ୍ ଫେରିବାକୁ ପଡିଥିଲା। ଆନ୍ତର୍ଜାତିକ ଦ୍ରୁତ ବୋଲର ଦେବାଶିଷ ମହାନ୍ତିଙ୍କ ବଲ୍ରେ ଯୁବରାଜ ଖାତା ଖୋଲିବା ଆଗରୁ ଆଉଟ ହୋଇଯାଇଥିଲେ। ତେବେ ଅଜୟଙ୍କ ଅପରାଜିତ ୨୦୦ ରନ୍ ଓ ମଧ୍ୟକ୍ରମର ଉଚିତ୍ ସହଯୋଗ ମିଳିବାରୁ ପଞ୍ଜାବ ଅଗ୍ରଣୀ ପାଇବା ସହ ୪୩୪ ରନ୍ରେ ପାଳି ଘୋଷଣା କରିଥିଲା। ଦ୍ବିତୀୟ ପାଳିରେ ଓଡ଼ିଶା ଖେଳ ଶେଷ ହେବା ବେଳକୁ ୩ ଵିକେଟ ବିନିମୟରେ ୧୪୬ ରନ୍ ସ˚ଗ୍ରହ କରିଥିଲା। ଏହି ପାଳିରେ ପ୍ରଶାନ୍ତ ଅପରାଜିତ ୮୦ ରନ୍ ସ˚ଗ୍ରହ କରିଥିଲା ବେଳେ ଯୁବରାଜ ମାତ୍ର ଗୋଟିଏ ଓଭର ବୋଲି˚ କରିଥିଲେ। ଏହି ୧ ଓଭରରେ ସେ ୭ ରନ୍ ବ୍ୟୟ କରିଥିଲେ। ଏହାପରେ ଓଡ଼ିଶା ବିପକ୍ଷରେ ଏକାଧିକ ରଣଜୀ ମ୍ୟାଚ୍ ସେ ଖେଳିଥିବା ବେଳେ ଏକାଧିକ ଶତକ ମଧ୍ୟ ଅର୍ଜନ କରିଛନ୍ତି।
ଅନ୍ୟପକ୍ଷରେ ଭାରତୀୟ ଦଳର ସଦସ୍ୟ ଭାବେ ଯୁବରାଜ ବାରବାଟୀରେ ୫ ମ୍ୟାଚ୍ ଖେଳିଛନ୍ତି। ୨୦୦ ମସିହାରେ ସେ ଆନ୍ତର୍ଜାତିକ କ୍ରିକେଟରେ ପ୍ରବେଶ କରିଥିଲା ବେଳେ ସେହି ବର୍ଷ ଡିସେମ୍ବର ୨ ତାରିଖରେ ଜିମ୍ବାୱେ ବିପକ୍ଷରେ ସେ ବାରବାଟୀ ଷ୍ଟାଡିୟମରେ ପ୍ରଥମ ମ୍ୟା୍ଚ ଖେଳିଥିଲେ। ପ୍ରଥମ ମ୍ୟାଚ୍ରେ ସେ ମାତ୍ର ୧୧ ରନ୍ କରିଥିଲେ ବି ଭାରତ ଏହି ମ୍ୟାଚ୍କୁ ୩ ଵିକେଟରେ ଜିତିଯାଇଥିଲା। ଦ୍ବିତୀୟ ମ୍ୟାଚ ୨୦୦୩, ନଭେମ୍ବର ୬ ତାରିଖରେ ନ୍ୟୁଜିଲାଣ୍ତ ବିପକ୍ଷରେ ଖେଳାଯାଇଥିଲା। ଏହି ମ୍ୟାଚରେ ଯୁବରାଜ ଖାତା ବି ଖୋଲି ପାରିନଥିଲେ। ଗୋଟିଏ ଓଭର ବୋଲି˚ କରିଥିଲେ ବି ସେଥିରେ ୭ରନ୍ ବ୍ୟୟ କରିଥିଲେ। ମ୍ୟାଚ୍ରେ ନ୍ୟୁଜିଲାଣ୍ତ ୪ ଵିକେଟରେ ବିଜୟୀ ହୋଇଥିଲା। ୨୦୦୮ ନଭେମ୍ବର ୨୬ ଇ˚ଲଣ୍ତ ବିପକ୍ଷରେ ଖେଳିଥିବା ମ୍ୟାଚ୍ରେ ମାତ୍ର ୬ ରନ୍ ସ˚ଗ୍ରହ କରିଥିଲା ବେଳେ ବୋଲି˚ରେ ୧୦ ଓଭରରୁ ୩୮ ରନ୍ ବ୍ୟୟ କରିଥିଲେ। କିନ୍ତୁ କିଛି ସଫଳତା ପାଇନଥିଲେ। ଭାରତ ଏହି ମ୍ୟାଚ୍କୁ ୬ ଵିକେଟରେ ଜିତିଥିଲା। ଚତୁର୍ଥ ମ୍ୟା୍ଚ ୨୦୦୯ ଡିସେମ୍ବର ୨୧ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ। ଏହି ମ୍ୟା୍ଚରେ ସେ ୨୩ ରନ୍ ସ˚ଗ୍ରହ କରିଥିଲେ। ଭାରତ ୭ ଵିକେଟ୍ରେ ବିଜୟୀ ହୋଇଥିଲା। ବାରବାଟୀରେ ଯୁବରାଜ ଶେଷ ମ୍ୟାଚ୍ ୨୦୧୭ ଜାନୁଆରି ୧୯ ତାରିଖରେ ଇ˚ଲଣ୍ତ ବିପକ୍ଷରେ ଖେଳିଥିଲେ। ଏହି ମ୍ୟାଚ୍ କେବଳ ଯୁବରାଜ ନୁହେଁ, ବାରବାଟୀ ଷ୍ଟାଡିୟମର ଶ୍ରେଷ୍ଠ ମ୍ୟାଚ୍ ଭାବେ ବିବେଚନା କରାଯାଉଛି। ମହେନ୍ଦ୍ର ସି˚ହ ଧୋନିଙ୍କ ସହ ମିଶି ଯୁବରାଜ ଏହି ମ୍ୟାଚ୍ରେ ବିସ୍ଫୋରକ ବ୍ୟାଟି˚ କରିବା ସହ ୨୫୬ ରନ୍ର ସର୍ବାଧିକ ଭାଗୀଦାରି କରିଥିଲେ। ଯୁବରାଜ ୧୨୭ ବଲ୍ରୁ ୨୧ ଚୌକା ଓ ୩ ଛକା ସହ ୧୫୦ ରନ୍ ସ˚ଗ୍ରହ କରିଥିଲେ। ଯାହାକି ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଦିନକିଆ ସ୍କୋର ରହିଥିଲା। ତାଙ୍କ ସହିତ ଧୋନି ୧୩୪ ରନ୍ କରିଥିଲେ। ଇ˚ଲଣ୍ତକୁ ଭାରତ ୧୫ ରନ୍ରେ ପରାସ୍ତ କରିଥିଲା।