ଯୁବରାଜ ସିଂହଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଲେ ଭାଇବୋହୂ ଆକାଂକ୍ଷା ଶର୍ମା

ନୂଆଦିଲ୍ଲୀ: ଆର୍ନ୍ତଜାତିକ କ୍ରିକେଟ ତାରକା ଯୁବରାଜ ସିଂହ ପୁଣି ଏବେ ବିବାଦରେ। ଏଥର ବିବାଦ ଉଠିଛି ନିଜ ଘରୁ। କ୍ରିକେଟ ତାରକା ଯୁବରାଜ ସିଂହଙ୍କ ନାମରେ ଗୁରୁଗାଓଁର ଏକ କୋର୍ଟରେ ଘରୋଇ ହିଂସା ଅଭିଯୋଗ ଆଣଛନ୍ତି ତାଙ୍କ ଭାଇ ବୋହୂ ଆକାଂକ୍ଷା ଶର୍ମା। ରିୟଲିଟି ସୋ ବିଗ୍‌ବସ ୧୦ର ପ୍ରତିଯୋଗୀ ଆକାଂକ୍ଷା ଶର୍ମା ତାଙ୍କୁ ମାନସିକ ଓ ଆର୍ଥିକ ନିର୍ଯାତନା ଦିଆଯାଉଥିଲା ବୋଲି ଗୁରୁଗ୍ରାମ ଏକ କୋର୍ଟରେ ତାଙ୍କ ସ୍ୱାମୀ ତଥା ଯୁବବରା ସିଂହଙ୍କ ସାନଭାଇ ଜୋରାଭର ସିଂହ, ଯୁବରାଜ ସିଂଙ୍କ ମାଆ ଶବ୍‌ନମ୍‌ ସିଂହ ଓ କ୍ରିକେଟିୟର ତଥା ତାଙ୍କ ଦେଢ଼ଶୁର ଯୁବରାଜ ସିଂହଙ୍କ ବିରୋଧରେ ଘରୋଇ ହିଂସା ଆଇନ ବଳରେ ଏକ ମାମଲା ରୁଜୁ କରିଛନ୍ତି।

କ୍ରିକେଟିୟର ଯୁବରାଜ ସିଂହଙ୍କ ବିରୋଧରେ ଘରେଶଇ ହିଂସା ଆଇନ ବଳରେ ମାମଲା ରୁଜୁ କରିଛନ୍ତି ତାଙ୍କ ଭାଇବୋହୂ ଆକାଂକ୍ଷା ଶର୍ମା। ଗୁରୁଗାଓଁର ଏକ କୋର୍ଟରେ ଆକାଂକ୍ଷା ତାଙ୍କ ସ୍ୱାମୀ ଜୋରାଭର ସିଂହ, ଦେଢ଼ଶୁର ଯୁବରାଜ ସିଂହ, ଓ ଶାଶୁ ଶବନମ୍‌ ସିଂହଙ୍କ ନାମରେ ଏହି ମାମଲା ରୁଜୁ କରିଛନ୍ତି। ସେ ଶୀଘ୍ର ମାଆ ହେବାକୁ ରାଜି ନ ହେବାରୁ ତାଙ୍କୁ ନିର୍ଯାତନା ଦିଆଯାଉଥିଲା ବୋଲି ଆକାଂକ୍ଷାଙ୍କ ଓକିଲ କହିଛନ୍ତି।

ସୂଚନା ଯୋଗ୍ୟ ଯେ ଆକାଂକ୍ଷା ଶର୍ମା ବର୍ତ୍ତମାନ ସଲମାନ ଖାଁ ହୋଷ୍ଟ କରୁଥିବା ବିଗ୍‌ ବସ ୧୦ର ଜଣେ ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରୁଛନ୍ତି। ଏହି ଅବସରରେ ସେ ଏକ ବିବାଦୀୟ ବୟାନ ଦେଇ କହିଥିଲେ ଯେ ସେ ବିବାହର ମାତ୍ର ୪ ମାସ ପରେ ସ୍ଵାମୀ ଜୋରାଭର ସିଂହଙ୍କୁ ଛାଡ଼ି ଦେଇଛନ୍ତି। ସେମାନେ ପରସ୍ପର ଠାରୁ ଛାଡ଼ପତ୍ର ପାଇଁ ଏକ ବର୍ଷ ହେଲା ଆବେଦନ କରିଛନ୍ତି।ଏହି ଅବସରରେ ଗୁରୁଗାଁଓର ଝିଅ ଆକାଂକ୍ଷା ଶର୍ମା କହିଥିଲେ ଯେ ତାଙ୍କୁ ତାଙ୍କ ଶାଶୁଘରେ ମାନସିକ ଓ ଆର୍ଥିକ ନିର୍ଯାତନା ସହିବାକୁ ପଡ଼ୁଥିଲା। ଏଥିପାଇଁ ସେ ତାଙ୍କ ସ୍ୱାମୀ ଓ ଶାଶୁଘର ଛାଡ଼ିବାକୁ ନିଷ୍ପତ୍ତି ନେଇ ଗୁରୁଗାଁର ଏକ କୋର୍ଟରେ ଛାଡ଼ପତ୍ର ଆବେଦନ କରିଛନ୍ତି।
ସୂଚନା ଯୋଗ୍ୟ ଯେ ଯୁବରାଜଙ୍କ ସାନଭାଇ ଜୋରାଭର ସିଂହ ୨୦୧୪ ମସିହାରେ ଗୁରୁଗାଁ ଝିଅ ଆକାଂକ୍ଷା ଶର୍ମାଙ୍କୁ ବିବାହ କରିଥିଲେ। ମାତ୍ର ବିବାହର କିଛିଦିନ ପରେ ଆକାଂକ୍ଷା ଜୋରାଭରଙ୍କ ଘର ଛାଡ଼ି ପଳାଇ ଆସିଥିଲେ।


ଏ ନେଇ ଆକାଂକ୍ଷାଙ୍କ ଓକିଲ ସ୍ୱାତୀ ସିଂହ ମଲ୍ଲିକ କହିଛନ୍ତି ଯେ ଯୁବରାଜ ସିଂହ , ତାଙ୍କ ଭାଇ ଜୋରାଭର ସିଂହ ଓ ତାଙ୍କ ମା ଶବନମ ସିଂହ ଙ୍କ ନାମରେ ଆକାଂକ୍ଷା ଶର୍ମାଙ୍କ ପକ୍ଷରୁ ଗୁରୁଗାଓ ଁ କୋର୍ଟରେ ଏକ ଘରୋଇ ହଂସା ଆଇନ ବଳରେ ଏକ ମାମଲା ଦାଖଲ କରାଯାଇଛି। ଏହି ମାମଲା ପ୍ରଥମ ଶୁଣାଣୀ ପାଇଁ ଆସନ୍ତା ଅକ୍ଟୋବର ମାସ ୨୧ ତାରିଖ ପାଇଁ ଦିନ ଧାର୍ଯ୍ୟ କରାଯାଇଛି।
ଓକିଲ ସ୍ୱାତୀ ସିଂହ ମଲ୍ଲିିକ କହିଛନ୍ତି ଯେ ଯୁବରାଜଙ୍କ ମାଆ ଶବନମ୍‌ ସିଂହ ଓ ଭାଇ ଜୋରାଭର ସିଂହ ତାଙ୍କୁ (ଆକାଂକ୍ଷାଙ୍କୁ)ମାଆ ହେବା ପାଇଁ ବାଧ୍ୟ କରୁଥିଲେ। ସେ ଏତେ ଶୀଘ୍ର ଅନ୍ତସତ୍ତ୍ୱା ହେବାକୁ ରାଜି ନ ହେବାରୁ ତାଙ୍କୁ ଉଭୟ ଶବନମ ଓ ଜୋରାଭର ମାନସିକ ଓ ଆର୍ଥିକ ନିର୍ଯ୍ୟାତନା ଦେଉଥିଲେ। ଏହି ଘଟଣାରେ ଯୁବରାଜ ସିଂହ ଜଣେ ନୀରବ ଦର୍ଶକଭାବେ ସବୁ ଦେଖୁଥିଲେ ମଧ୍ୟ ଆକାଂକ୍ଷାଙ୍କ ଯାତନା ନେଇ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ପଦୁଟିଏ ପାଟି ଫିଟାଇ ନ ଥିଲେ। ତେଣୁ ଏହି ୩ ଜଣଙ୍କ ବିରୋଧରେ ଆକାଂକ୍ଷା ଘରୋଇ ହିଂସା ଆଇନ ବଳରେ ମୋକଦ୍ଦମା ରୁଜୁ କରିଛନ୍ତି ବୋଲି ଆକାଂକ୍ଷାଙ୍କ ଓକିଲ ସ୍ୱାତୀ ସିଂହ ମଲ୍ଲିକ କହିଛନ୍ତି।

 

 

ସମ୍ବନ୍ଧିତ ଖବର