ହାମିଲଟନ୍: ଚଳିତ ନ୍ୟୁଜିଲାଣ୍ଡ ଗସ୍ତରେ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଦମ୍ଦାର ବୋଲିଂ କରିଥିବା ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରା ଦିନିକିଆ ଶୃଙ୍ଖଳାରେ ୱିକେଟ୍ ଶୂନ୍ୟ ରହିଲେ। ଫଳରେ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୫-୦ରେ ମୂଳପୋଛ କରିନେଇଥିବା ଭାରତ ଦିନିକିଆ ଶୃଙ୍ଖଳାରେ ୦-୩ରେ ମୂଳପୋଛ ହୋଇଗଲା। ତେବେ ୱିକେଟ୍ ଦଖଲ ପାଇଁ ବୁମ୍ରାଙ୍କୁ ଅଧିକ ଆକ୍ରମଣାତ୍ମକ ହେବାକୁ ପଡ଼ିବ ବୋଲି ଭାରତର ପୂର୍ବତନ ବାମହାତୀ ଦ୍ରୁତ ବୋଲର ଜାହିର ଖାନ୍ ପରାମର୍ଶ ଦେଇଛନ୍ତି। ବ୍ୟାଟ୍ସମ୍ୟାନ୍ମାନେ ଏବେ ତାଙ୍କ ବିପକ୍ଷରେ ରକ୍ଷଣାତ୍ମକ ଆଭିମୁଖ୍ୟ ଆପଣାଉଥିବାରୁ ବୁମ୍ରାଙ୍କୁ ଅତିରିକ୍ତ ଆକ୍ରମଣାତ୍ମକ ଶୈଳୀରେ ବୋଲିଂ କରିବାକୁ ପଡ଼ିବ। ବ୍ୟାଟ୍ସମ୍ୟାନ୍ମାନେ ବୁମ୍ରାଙ୍କ ବୋଲିଂରୁ ଅତିକମ୍ରେ ୩୫ ରନ୍ ଆଦାୟ କଲେ ମଧ୍ୟ ସନ୍ତୋଷ ବ୍ୟକ୍ତ କରୁଛନ୍ତି। କାରଣ ବୁମ୍ରାଙ୍କୁ ୱିକେଟ୍ ନଦେଇ ସେତିକି ରନ୍ ଆଦାୟ କରିବା ଯଥେଷ୍ଟ ବୋଲି ପ୍ରତିପକ୍ଷର ବ୍ୟାଟ୍ସମ୍ୟାନ୍ ଭାବି ନେଇଛନ୍ତି। ବୁମ୍ରାଙ୍କ ପରେ ଅନ୍ୟ ବୋଲରଙ୍କୁ ଆକ୍ରମଣ କରିବାର ଲକ୍ଷ୍ୟ ପ୍ରତିପକ୍ଷ ରଖୁଛନ୍ତି। ଫଳରେ ବୁମ୍ରାଙ୍କୁ ୱିକେଟ୍ ଶୂନ୍ୟ ରହିବାକୁ ପଡୁଛି। ତେଣୁ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଅତିରିକ୍ତ ଆକ୍ରମଣ କରିବା ଉପରେ ଏବେ ବୁମ୍ରା ଧ୍ୟାନ ଦେବା ଦରକାର ବୋଲି ଜାହିର କହିଛନ୍ତି।
ୱିକେଟ୍ ପାଇଁ ବୁମ୍ରାଙ୍କୁ ଅଧିକ ଆକ୍ରମଣାତ୍ମକ ହେବାକୁ ପଡ଼ିବ: ଜାହିର
/sambad/media/post_attachments/wp-content/uploads/2020/02/838767cb6cc573bf97478c4941c7430a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)