ଜିମ୍ବାେଓ୍ଵ ସୁଯୋଗ ଛାଡ଼ିଲା: ଇଣ୍ଡିଜ୍‌ ଆଗୁଆ

ବୁଲାଓ୍ଵାୟୋ: ଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‍ରେ ଜିମ୍ବାେଓ୍ଵ ପାଳି ଅଗ୍ରଣୀ ନେବାର ସୁଯୋଗକୁ ହାତଛଡ଼ା କରିଛି। ଶନିବାର ଭ୍ରମଣକାରୀ ଦଳକୁ ୨୧୯ ରନ୍‌ରେ ଅଲ୍‌ ଆଉଟ୍‌ କରିଥିବା ଜିମ୍ବାେଓ୍ଵ ଦଳ ରବିବାର ନିଜେ ୧୫୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଘରୋଇ ଦଳ ୨ ଓ୍ଵିକେଟରେ ୯୩ ରନ୍‌ ସଂଗ୍ରହ କରି ନେଇଥିଲେ ମଧ୍ୟ ଅଚାନକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସ୍ପିନର ଦେବେନ୍ଦ୍ର ବିଶୁ ୫ ଓ୍ଵିକେଟ୍‌ ଦଖଲ କରି ଜିମ୍ବାେଓ୍ଵକୁ ଆଗକୁ ବଢ଼ିବାକୁ ଦେଇ ନ ଥିଲେ। ଅଧିନାୟକ ଜାସନ୍‌ ହୋଲଡର୍‌ ଏବଂ ସାଥୀ ଦ୍ରୁତ ବୋଲର କେମାର ରୋଚ୍‌ ୨-୨ ଓ୍ଵିକେଟ୍‌ ନେଇଥିଲେ। ପ୍ରଥମ ପାଳିରେ ୬୦ ରନ୍‌ ଅଗ୍ରଣୀ ପାଇବା ପରେ ଓ୍ଵଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୧ ଓ୍ଵିକେଟ୍‌ରେ ୮୮ ରନ୍‌ ସଂଗ୍ରହ କରି ନେଇଛି। ମୋଟ ଉପରେ ଦଳ ୧୪୮ରନ୍‌ ଆଗୁଆ ରହି ସ୍ଥିତି ଦୃଢ଼ କରିଛି।

ସମ୍ବନ୍ଧିତ ଖବର