ଜୁ ଜୁତ୍‌ସୁରେ ଅନୁପମାଙ୍କୁ ୬ ସ୍ବର୍ଣ୍ଣ

ଜାତୀୟ ଓ ଦକ୍ଷିଣ ଏସୀୟ ଓପନ୍‌

ଭୁବନେଶ୍ବର: ଚେନ୍ନାଇରେ ଆୟୋଜିତ ଜାତୀୟ ଓ ଦକ୍ଷିଣ ଏସୀୟ ଓପନ୍‌ ଜୁ ଜୁତ୍‌ସୁ ପ୍ରତିଯୋଗିତାରେ ଓଡ଼ିଆ ପ୍ରତିନିଧିତ୍ବ କରିଥିବା ଉତ୍କଳ କରାଟେ ସ୍କୁଲ୍‌ ଛାତ୍ରୀ ଅନୁପମା ସ୍ବାଇଁ ୬ ସ୍ବର୍ଣ୍ଣ, ପ୍ରିୟଦର୍ଶିନୀ ଘଟୁଆରୀ ଏବଂ ପୁନିତ ଲେଙ୍କା ୨ ଲେଖାଏଁ ସ୍ବର୍ଣ୍ଣ ଏବଂ ମଧୁପ୍ରିୟା ୨ କାଂସ୍ୟ ଜିତିଥିଲେ। ଏହି ସଫଳତା ଲାଗି ଉତ୍କଳ କରାଟେ ସ୍କୁଲ୍‌ ପକ୍ଷରୁ ମଙ୍ଗଳବାର ଏହି ବିଜେତାମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ଅନ୍ୟ ଓଡ଼ିଶା ଖେଳାଳିଙ୍କ ମଧ୍ୟରେ ଶ୍ରୀକାନ୍ତ ଶେଖର ୧ ସ୍ବର୍ଣ୍ଣ ଓ ୧ କାଂସ୍ୟ, ଊମା ମ‌ାହେଶ୍ବରୀ ରେଡ୍ଡୀ ୨ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୧ କାଂସ୍ୟ, ଅଂଶୁମାନ ସେଠୀ ୧ ରୌପ୍ୟ, ଶ୍ରୀକାନ୍ତ ଖୁଣ୍ଟିଆ ୧ କାଂସ୍ୟ, ଆଶିଷ ରାଉତ ୧ ରୌପ୍ୟ ଓ ୧ କାଂସ୍ୟ ଏବଂ ବିଭୁଦତ୍ତ ରାଉତ ୧ ସ୍ବର୍ଣ୍ଣ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର