ଆଇଏଏସ୍‌ ସ୍ତରରେ ଅଦଳ ବଦଳ: ରଞ୍ଜନା ଚୋପ୍ରାଙ୍କୁ ସମବାୟ ବିଭାଗର ଦାୟିତ୍ୱ

ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌)ସ୍ତରରେ ମଙ୍ଗଳବାର ଅଦଳ ବଦଳ ହୋଇଛି। ରଞ୍ଜନା ଚୋପ୍ରାଙ୍କୁ କମିସନର/ସଚିବ, ସମବାୟ ବିଭାଗର ଦାୟିତ୍ୱ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଦାୟିତ୍ୱ ତୁଲାଇବେ ନିରଞ୍ଜନ ସାହୁ। ସେହିପରି ପ୍ରଦୀପ୍ତ କୁମାର ମହାପାତ୍ର ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ମିଳିଥିବା ବେଳେ, ମନୋଜ ଆହୁଜାଙ୍କୁ ଓଏସ୍‌ଡି, ସାଧାରଣ ପ୍ରଶାସନ ଏବଂ ପିଜି ବିଭାଗକୁ ବଦଳି ହୋଇଛି। ଜି.ଶ୍ରୀନିବାସଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବରେ ନିଯୁକ୍ତି କରାଯାଇଛି। ସେହିଭଳି ଶ୍ରମ ଓ ଇଏସ୍‌ଆଇ ବିଭାଗର ପ୍ରମୁଖ ସଚିବ ହେବେ ଅନୁ ଗର୍ଗ। ସୌରଭ ଗର୍ଗଙ୍କୁ କୃଷି ଓ ଚାଷୀ ବିକାଶ ବିଭାଗ ମିଳିଛି। ନିକୁଞ୍ଜ ବିହାରୀ ଧଳଙ୍କୁ କମିସନର/ସଚିବ ଓ ଅବକାରୀ ବିଭାଗ ଦାୟିତ୍ୱ ମିଳିଛି।

ସମ୍ବନ୍ଧିତ ଖବର