ଆନ୍ଦୋଳନ ପ୍ରତ୍ୟାହାର କଲେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର : ଅଗ୍ନିଶମ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଆଜି ସଂଧ୍ୟାରେ ଓହରି ଯାଇଛନ୍ତି। ପୂର୍ବପରି କର୍ମଚାରୀମାନେ ପୁଣିଥରେ କାର୍ଯ୍ୟରେ ଯୋଗ ଦେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସଂଘ ପକ୍ଷରୁ କୁହାଯାଇଛି କି ରାଜ୍ୟ ସରକାର ତାଙ୍କର ସମସ୍ତ ଦାବି ଗ୍ରହଣ କରି ନେଇଛନ୍ତି। ଖୁବ ଶୀଘ୍ର ସେଗୁଡ଼ିକ ପୂରଣ କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେବା ପରେ ସଂଘ ଏଭଳି ନିଷ୍ପତ୍ତି ନେଇଛି। ଯଦି ରାଜ୍ୟ ସରକାର ଅଗ୍ନିଶମ କର୍ମଚାରୀଙ୍କ ଦାବି ପୂରଣରେ ବିଳମ୍ବ କରନ୍ତି, ପୁଣି ଥରେ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦିଆଯିବ।

ପ୍ରକାଶଥାଉ କି, ୬ଦଫା ଦାବି ନେଇ ଅଗ୍ନିଶମ କର୍ମଚାରୀମାନଙ୍କ ପକ୍ଷରୁ ତିନିଦିନ ତଳୁ କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦିଆଯାଇଥିଲା। ତେବେ ଏହି ଆନ୍ଦୋଳନ ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଥିଲା। ମୟୂରଭଞ୍ଜରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ନୟାଗଡ଼ ଦଶପଲ୍ଲାରେ ୫ଟି ପରିବାରର ୮ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲା। ଅଗ୍ନିଶମ କର୍ମଚାରୀଙ୍କ ଏଭଳି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଗତକାଲି ରାଜ୍ୟ ସରକାର ୬ ଜଣ ଆଗ୍ନିକଙ୍କୁ ମଧ୍ୟ କାର୍ଯ୍ୟରୁ ନିଲମ୍ବିତ କରିଥିଲେ।

ସମ୍ବନ୍ଧିତ ଖବର