ଦଶହରା ପାଇଁ ପାଇଁ ୨୪୪ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର : ପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବା ଲାଗି ସାରା ସମଗ୍ର ରାଜ୍ୟରେ ୨୪୪ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ ହୋଇଛନ୍ତି। ଏଥିମଧ୍ୟରେ ୧୪୦ ପ୍ଲାଟୁନ ଓଏସ୍‌ଏପି, ୮୧ ପ୍ଲାଟୁନ୍‌ ଆଇଆର୍‌ବି, ୨୩ ପ୍ଲାଟୁନ୍‌ ଓଆଇଏସ୍‌ଏଫ୍‌, ୩ ପ୍ଲାଟୁନ୍‌ ଓଡ଼ିଶା ସୁଇଫ୍ଟ ଆକ୍ସନ ଫୋର୍ସ ଓ କେନ୍ଦ୍ରରୁ ୨ କମ୍ପାନି ସିଆରପିଏଫ୍‌ ଆସିଛନ୍ତି। କେବଳ କଟକ ଓ ଭୁବନେଶ୍ୱରରେ ୯୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ବୋଲି ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଡିଜିଙ୍କ ସୂଚନା ମୁତାବକ, ଦୁର୍ଗାପୂଜା ଭସାଣ ଓ ମହରମ ସମୟ ଅଲଗା କରିବାକୁ ବ୍ୟବସ୍ଥା ହୋଇଛି। ପୂଜାବେଳେ ଅପରାଧ କାର୍ଯ୍ୟକଳାପ ରୋକିବାକୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଉଛି। ବର୍ତମାନ ସୁଦ୍ଧା ୧୦୬୮ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କରାଯାଇଛି। ସେଥିରୁ ୧୧୨ ଅଭ୍ୟାସଗତ ଅପରାଧୀଙ୍କୁ ୧୧୦ ଧାରାରେ ଗିରଫ କରାଯାଇଛି। ବେଆଇନ ଭାବେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ସାରା ରାଜ୍ୟରେ ପାଖାପାଖି ୪୨ଟି ମାମଲା ରୁଜୁ ହୋଇ ୨୧ ଜଣଙ୍କୁ ଗିରଫ କରାଯାଇଛି। ଗଞ୍ଜାମ, କଟକ, ସମ୍ବଲପୁର, ବଲାଙ୍ଗୀର ଓ ଅନୁଗୁଳରେ ଅଭିଯାନ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧିତ ଖବର