ସ୍ବାଭିମାନ ଅଂଚଳରେ ମିଲିସିଆକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳରେ ଜଣେ ମିଲିସିଆକୁ ନକ୍ସଲ ହତ୍ୟା କରିଥିବା ଖବର ମିଳିଛି। ତେବେ ଏଥିରେ କେତେ ସତ୍ୟତା ରହିଛି ସେନେଇ କେହି କିଛି ସ୍ପଷ୍ଟ କରୁନାହାନ୍ତି। ସ୍ବାଭିମାନ ଅଂଚଳର ଯନ୍ତ୍ରୀ ଗ୍ରାମର ଶ୍ୟାମ ମୁଦୁଲି ନାମକ ଜଣେ ମିଲିସିଆକୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଥିବା ଆଜି ସୂଚନା ମିଳିଛି। ହତ୍ୟା କରାଯିବା ପରେ ତାର ଶବସତ୍କାର କରାଯାଇଥିବା ମଧ୍ୟ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ଏହି ସଂପର୍କରେ ଏସପି ଜଗମୋହନ ମୀନାଙ୍କୁ ପଚାରିବାରୁ ଏମିତି ଖବର ମିଳିଛି ଏବଂ ତଦନ୍ତ ଚାଲିଥିବା ପ୍ରକାଶ କରିଥିଲେ। ଅନ୍ୟପଟେ ଦୀର୍ଘ ଦିନର ନିରବତା ପରେ ନକ୍ସଲ ପୁଣି ଥରେ ହିଂସାକାଣ୍ଡ ଭିଆଇଛନ୍ତି ବୋଲି କୁହାଯାଉଛି। ପୁଣି ନିଜ ସଂଗଠନରେ ମିଲିସିଆ ଭାବେ କାର୍ଯ୍ୟ କରୁଥିବା ଜଣେ ସଦସ୍ୟକୁ ନକ୍ସଲ ହତ୍ୟା କରିବା ଘଟଣା ଆତଙ୍କର ବାତାବରଣ ସୃଷ୍ଟି କରିଛି। ତେବେ ପୁଲିସର ତଦନ୍ତ ପରେ ହିଁ ପୂରା ଘଟଣା କ’ଣ ସ୍ପଷ୍ଟ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର