କୋରାପୁଟରେ ଚାଷୀ ଆତ୍ମହତ୍ୟା

କୋରାପୁଟ : ଋଣ ଭାର ଅସହ୍ୟ ହେବାରୁ କୋରାପୁଟ ଜିଲ୍ଲାର ଜଣେ ଚାଷୀ ପ୍ରାଣ ହରାଇଛନ୍ତି। ମୃତ ଚାଷୀ ଜଣଙ୍କ ହେଲେ ସେମିଳିଗୁଡା ବ୍ଲକ ମାଳିମାର୍ଲା ଗ୍ରାମର ବଳରାମ ଗୁଣ୍ଠା (୩୦ବର୍ଷ)। ଗତକାଲି ରାତିରେ ସେ ମୂଷା ମରା ଔଷଧ ଖାଇ ଦେଇଥିଲା ବେଳେ ଆଜି ସକାଳେ କୋରାପୁଟ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଲଗାଣ ବର୍ଷାରେ ଫସଲ ନଷ୍ଟ ହୋଇ ଯିବା ପରେ ଋଣ ସୁଝିବା ଚିନ୍ତାରେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର