ଚିଲିକାରୁ ଘେରି ଉଚ୍ଛେଦ ଅଭିଯାନ ଶେଷ

ବ୍ରହ୍ମଗିରି : ଚିଲିକାରୁ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ପ୍ରଶାସନ ଓ ସିଡିଏ ପୂରା ଦମ୍‌ ଲଗାଇଛି । ପାଞ୍ଚଦିନ ଧରି ଚିଲିକାରୁ ଏହି ବେଆଇନ ଘେରି ଉଚ୍ଛେଦ ଚାଲିବ ବୋଲି ପ୍ରଶାସନ ପୂର୍ବରୁ କହିଥିଲା । କିନ୍ତୁ ଆଜି ଘେରି ଉଚ୍ଛେଦର ତୃତୀୟ ଦିନରେ ପ୍ରଥମ ପର୍ଯ୍ୟାୟରେ ଘେରି ଉଚ୍ଛେଦ ଶେଷ କରିଥିବା ପ୍ରଶାସନ କହିଛି । ଆଜି ତୃତୀୟ ଦିନରେ ଚିଲିକାର ସିପିଆ, ତିଚ୍ଛିଣି, ଗଡ, ନୂଆପଡ଼ାର ବାହାର ଚିଲିକାରୁ ୯ ହଜାର ଏକର ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ କରିଥିବା ପ୍ରଶାସନ କହିଛି । ପ୍ରଥମ ଦିନରେ ୫ ହଜାର, ଦ୍ୱିତୀୟ ଦିନରେ ଏକ ହଜାର ଓ ଆଜି ୯ ହାଜର ମୋଟ ୧୫ ହଜାରରୁ ଅଧିକ ବେଆଇନ ଚିଙ୍ଗୁଡି ଘେରି ପ୍ରଶାସନ ଭାଙ୍ଗିବା ସହ ଜାଳ ଓ କୀଳାକୁ ପୋଡିଥିବା କହିିଛି ।

ସମ୍ବନ୍ଧିତ ଖବର