ପୁରୀ: ଶ୍ରୀମନ୍ଦିରରେ ଶୃଙ୍ଖଳିତ ବ୍ୟବସ୍ଥା, ସେବାୟତ ଓ ପ୍ରଶାସନ ମଧ୍ୟରେ ସମନ୍ଵୟ ସ୍ଥାପନ କରିବା ନେଇ ରବିବାର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଥିଲା ଯେ, ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁଯାୟୀ ଦଇତାପତିମାନଙ୍କୁ ପାଉଣା ଦିଆଯିବ। ବୈଠକ ପରେ ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି, ସ୍ନାନ ପୂର୍ଣ୍ଣିମୀ ଠାରୁ ନୀଳାଦ୍ରୀ ବିଜେ ଯାଏଁ ନୀତିନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଆଗାମୀ ଜୁଲାଇ ୨୭ରେ ଚନ୍ଦ୍ର ଗ୍ରହଣ ଯୋଗୁଁ ଅଲଗା ନୀତିନିର୍ଘଣ୍ଟ ହେବ ବୋଲି ସେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବୈଠକରେ ବିଭିନ୍ନ ନିଯୋଗର ସେବାୟତମାନେ ଉପସ୍ଥିତ ଥିଲେ। ସେହିପରି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ, ଏସ୍ପି ଡ. ସାର୍ଥକ ଷଡଙ୍ଗୀ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।
ଆସନ୍ତା ୨୮ ତାରିଖରେ ସ୍ନାନପୂର୍ଣ୍ଣିମା । ଆଉ ସ୍ନାନପୂର୍ଣ୍ଣିମାଠାରୁ ଆରମ୍ଭ କରି ନୀଳାଦ୍ରୀବିଜେ ଯାଏଁ ଦଇତାପତି ସେବାୟତ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଗୋଟିଏ ପଟେ ରତ୍ନଭଣ୍ଡାର ଚାବିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଅନ୍ୟପଟେ ଦାନ ନ ନେବା ପ୍ରସଙ୍ଗରେ ତାତିଛନ୍ତି ଦଇତାପତି ସେବାୟତ । ଏଭଳି ସ୍ଥଳେ ଆଗକୁ ଆସୁଛି ରଥଯାତ୍ରା । ତେଣୁ ରଥଯାତ୍ରା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଏବେ ପ୍ରଦୀପ୍ତଙ୍କ କାନ୍ଧରେ ରହିଛି । ଏସବୁ ଭିତରେ ସ୍ନାନ ପୂର୍ଣ୍ଣିମାକୁ କିଭଳି ସୁରୁଖୁରରେ ଶେଷ କରାଯିବ ସେନେଇ ଆଜିର ବୈଠକରେ ଆଲୋଚନା ହୋଇଛି।