ଚାନ୍ଦବାଲି: ସମୁଦ୍ର ତଟ ଅଂଚଳରେ ଆତଙ୍କବାଦୀଙ୍କୁ ମୁକାବିଲା କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ, ରାଜ୍ୟ ପୁଲିସ, ଭାରତୀୟ ନୌସେନା ମିଳିତ ଭାବେ ଗୁରୁବାର ସକାଳ ୬ଟାରେ ଆରମ୍ଭ କରିଛନ୍ତି ସୁରକ୍ଷାଭ୍ୟାସ।

Advertisment

ଓଡିଶା ସରକାରଙ୍କ ତରଫରୁ ୨୦୧୯-୨୦ ମସିହା ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳ ଯଥା-: ଧାମରା, କସିଆ, ଚୂଡାମଣି, ଚାନ୍ଦିପୁର, ପାରାଦୀପ, ପୁରୀ ଏବଂ ଗୋପାଳପୁରଠାରେ ଏହି ସୁରକ୍ଷାଭ୍ୟାସ ଆରମ୍ଭ ହୋଇଛି।

ଆଜି ସକାଳେ ଆରମ୍ଭ ହୋଇଥିବା ତଟ ସୁରକ୍ଷା ସାଗର କବଚର ମଧ୍ୟାହ୍ନରେ ବ୍ଲୁ ଫୋର୍ସ ଦ୍ୱାରା ୪ଜଣ ରେଡ୍‌ ଫୋର୍ସଙ୍କୁ ଅଟକ ରଖାଯାଇଛି ବୋଲି ଧାମରା ମେରାଇନ ଥାନାଧିକାରୀ ଇନଚାର୍ଜ ଶ୍ରୀକାନ୍ତ ପତିଙ୍କ ଠାରୁ ପ୍ରକାଶ। ଏଥିପାଇଁ ଗୋଟିଏ ଦଳରେ ଭାରତୀୟ ତଟରକ୍ଷୀ ବାହିନୀ, ରାଜ୍ୟ ପୁଲିସ ଏବଂ ଭାରତୀୟ ନୌସେନାର କିଛି ସଦସ୍ୟ ଗୁପ୍ତଚର (ରେଡ୍‌ ଫୋର୍ସ) ହିସାବରେ ଧାମରା ଅଞ୍ଚଳକୁ ଆସିଥିଲେ। ଅନ୍ୟ ଦଳଟିରେ ଧାମରା ପୁଲିସ ଏବଂ ଭଦ୍ରକ ଜିଲ୍ଲା ପୁଲିସ ଧାମରା ଉପକୂଳ ଅଂଚଳ- ଧାମରା, ଧାମରା ପୋର୍ଟ କମ୍ପାନି ଲିମିଟେଡ, ଧାମରା ମତ୍ସ୍ୟ ପୋତାଶ୍ରୟ, ଚନ୍ଦନୀପାଳ, କରଞମାଳ, ବାଲିମୁଣ୍ଡା, କସିଆ, ଚୂଡାମଣି ଜେଟି, ଚୂଡାମଣି ଘାଟ ଏବଂ ବାସୁଦେବପୁରଠାରେ ସାଦା ପୋଷାକରେ ପହରା ଦେଉଥିଲେ।

publive-image

ଅଭ୍ୟାସ ଅନୁସାରେ: ଯଦି ଗୁପ୍ତଚରମାନେ (ରେଡ୍‌ ଫୋର୍ସ) ବିନା ବାଧାରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚନ୍ତି, ତେବେ ଗୁଇନ୍ଦା ବିଭାଗ (ବ୍ଲୁ ଫୋର୍ସ) ସଜାଗ ନାହିଁ ବୋଲି ଧରାଯିବ। ଯଦି ନିର୍ଦ୍ଧାରିତ ସ୍ଥାନରେ ପଂହଚିବା ପୂର୍ବରୁ ପହରା ଦେଉଥିବା ସାଦା ପୋଷାକ ପରିହିତ ପୁଲିସ(ବ୍ଲୁ ଫୋର୍ସ) ସେମାନଙ୍କୁ ଧରିନିଏ ତାହେଲେ ଉପକୂଳବର୍ତୀ ଅଂଚଳରେ ସୁରକ୍ଷାବ୍ୟବସ୍ଥା ଠିକ ଅଛି ବୋଲି ଧରିନିଆଯିବ। ସୁରକ୍ଷାଭ୍ୟାସ ଚାଲିଥିବା ବେଳେ ମଧ୍ୟାହ୍ନରେ ପାରାଦ୍ୱୀପ ଠାରୁ ଏକ ମାଛ ଧରା ଟ୍ରଲର୍‌ରେ ଆତଙ୍କବାଦୀ ସାଜି ଆସୁଥିବା ତଟ ସୁରକ୍ଷା ବାହିନୀର ରାଜ କିଶୋର ନାୟକ, ପ୍ରଦୀପ ପ୍ରଧାନ, ବିନୟ ଯାଦବ ଏବଂ ରଉଶନ ତିୱାରୀଙ୍କୁ ବାବା ତ୍ରିଲୋଚନଶ୍ୱର ନାମକ ମାଛଧରା ଟ୍ରଲରରୁ ଗିରଫ କରାଯାଇ ଧାମରା ମେରାଇନ ଥାନାକୁ ଅଣାଯାଇଥିଲା । କାଗଜପତ୍ର ଯାଞ୍ଚ କରିବା ପରେ ସେମାନେ ଭାରତୀୟ ତଟରକ୍ଷୀ ବାହିନୀର କମାଣ୍ଡୋ ବୋଲି ଜଣାପଡ଼ିବାରୁ ସେମାନଙ୍କୁ ଛାଡ଼ିଦିଆ ଯାଇଛି ବୋଲି ଥାନାଧିକାରୀଙ୍କ ନିକଟରୁ ପ୍ରକାଶ।

ଆଜିର ଏହି ସୁରକ୍ଷା କବଚ କାର୍ଯ୍ୟକ୍ରମରେ ଓଡ଼ିଶା ସ୍ପେସାଲ୍‌ ଷ୍ଟା୍ରଇକିଂ ଫୋସ ଏବଂ ମେରାଇନ୍‌ ପୁଲିସର ଉପେନ୍ଦ୍ର ମହାନ୍ତି, କେ କେ ସାହୁ, ରଞନ କୁମାର ଦାସ, ମାନସ କୁମାର ମଲିକ,ବିଜୟ କୁମାର ରଣା, କ୍ଷୀରୋଦ ସାହୁ, ପତିତ ପାବନ ଜେନା, ରାଜେନ୍ଦ୍ର ବଳଙ୍କ ସହ ଧାମରା ମେରାଇନ୍‌ ଥାନାର ଏଏସଆଇ ରବୀନ୍ଦ୍ର କୁମାର ଖୁଣ୍ଟିଆ, ଅକ୍ଷୟ କୁମାର ବିଶ୍ୱାଳ, ରଞ୍ଜୀବ ନାୟକ ପ୍ରମୁଖ ସାମିଲ ହୋଇଥିବା ବେଳେ ଆଜିର ଏହି ସୁରକ୍ଷାଭ୍ୟାସରେ ଓଡିଶା ସ୍ପେଶାଲ ଷ୍ଟା୍ରଇକିଂ ଫୋର୍ସ, ଏବଂ ସେମାନଙ୍କର ଧାମରା ଠାରେ ନିୟୋଜିତ ହୋଇଥିବା ୨ଟି ବୋଟ୍‌, ଚୂଡ଼ାମଣି ଠାରେ ଥିବା ୨ଟି ସ୍ପିଡ୍‌ ବୋଟ୍‌, ଧାମରା ମେରାଇନ୍‌ ପୁଲିସ, ବାଂଶଡ଼ା ପୁଲିସ, (ବ୍ଲୁ ଫୋର୍ସ) ଡ୍ୟୁଟି ଆରମ୍ଭ କରିଥିଲେ ସେମାନେ ଧାମରାରୁ ବାହାରି ଚନ୍ଦନୀପାଳ, ଧାମରା ପ୍ରତିରକ୍ଷା ଘାଟି, କରଞ୍ଜମାଳ, କରଣପଲ୍ଲୀ, ବାଲିମୁଣ୍ଡା, ବାବୁବାଲି, ତାଳଚୁଆ ପ୍ରଭୃତି ସ୍ଥାନଗୁଡ଼ିରେ ପଇଁତରା ମାରି ବାସୁଦେବପୁର ଠାରେ ଥିବା କସିଆ ପର୍ଯ୍ୟନ୍ତ ଯାଇଥିଲେ ।

publive-image

ଆଜିର ଏହି ସାଗର କବଚରେ ଧାମରା ଠାରେ ଆରମ୍ଭ ହୋଇଥିବା ବେଳେ ଧାମରା ମତ୍ସ୍ୟପୋତାଶ୍ରୟ ଠାରେ ୩ ଜଣ ସହକାରୀ ସବ୍‌-ଇନସପେକ୍ଟର୍‌ ସମେତ ୧୪ଜଣ କନେଷ୍ଟବଳ, କସିଆ ଠାରେ ୪ଜଣ, ଚୂଡାମଣି ଜେଟିରେ ୪ଜଣ ଏବଂ ଚୂଡାମଣି ଘାଟ ଠାରେ ୪ ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ ବୋଲି ନୋଡାଲ୍‌ ଅଫିସର ଅଶୋକ କୁମାର ଦାସଙ୍କ ଠାରୁ ପ୍ରକାଶ। ଏହି ସୁରକ୍ଷାଭ୍ୟାସ ୨ ଦିନ ଧରି ଚାଲିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି।