ନବରଙ୍ଗପୁର: ଶନିବାର ସକାଳ ପ୍ରାୟ ୮: ୪୦ ମିନିଟ୍ରେ ଅଜଣା ଗାଡ଼ି ଧକ୍କା ଦେବା ଯୋଗୁଁ ୨୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଆମ୍ବପାଣି ଘାଟିରେ ଜଣେ ବାଇକ୍ ଆରୋହୀ ଯୁବକଙ୍କର ମୃତ୍ୟୁ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୃତ ଯୁବକଙ୍କର ନାମ ମୁନା ପ୍ରସାଦ ଏବଂ ତାଙ୍କ ଘର କୋରାପୁଟରେ। ବଜାଜ୍ ଫାଇନାନ୍ସ୍ରେ ଚାକିରି କରୁଥିବା ମୁନା କୌଣସି କାର୍ଯ୍ୟରେ କଳାହାଣ୍ଡି ଯାଉଥିଲେ। ନବରଙ୍ଗପୁର ସୀମାନ୍ତ ଅଞ୍ଚଳ ଆମ୍ବପାଣି ଘାଟି ନିକଟରେ ତାଙ୍କୁ କୌଣସି ଏକ ଗାଡ଼ି ଧକ୍କା ଦେଇ ପଳାଇ ଯାଇଥିବା ଅନୁମାନ କରା ଯାଉଛି। ଧକ୍କାର ପ୍ରଭାବରେ ଘଟନାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।
ଖବର ପାଇ ବୈଦଲପୁର ଫାଣ୍ଡି ଓ ଆମ୍ବପାଣି ଥାନା ପୁଲିସ ଘଟନାସ୍ଥଳରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇଛନ୍ତି।
ଆଧାର କାର୍ଡରୁ ପରିଚୟ ପାଇ ପୁଲିସ ପଲ୍ସର୍ ଆରୋହୀ ମୁନାଙ୍କ ପରିବାର ଲୋକଙ୍କୁ ଖବର ଦେଇଛି।
ଉଭୟ ପୁଲିସ ଘଟନାର ତଦନ୍ତ ଆରମ୍ଭ କରିଛନ୍ତି।