ବୁର୍ଲା ଡାକ୍ତରଙ୍କ ଆତ୍ମହତ୍ୟା ଅଭିଯୋଗ

ସମ୍ବଲପୁର/କଟକ: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଜଣେ ଡାକ୍ତର ଗୁରୁବାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ମେଡିକାଲ କଲେଜର ଆସୋସିଏଟ ପ୍ରଫେସର ସସ୍ମିତା ବିଶ୍ୱାଳ ଆତ୍ମହତ୍ୟା କରିଛନ୍ତି । ର୍ଫାମା କଲେଜ ବିଭାଗରେ ଆସୋସିଏଟ ଡାକ୍ତର ଥିବା ସସ୍ମିତା ବିଶ୍ୱାଳ ନିଜର ପୁଅର ମୃତ୍ୟୁ ପରେ ୮ମାସ ହେବ ମାନସିକ ଭାବେ ଚିନ୍ତାରେ ଥିଲେ । କଟକ ଅଞ୍ଚଳରେ ନିଜର ସ୍ଥାୟୀ ଘରେ ରହୁଥିବାବେଳେ ସସ୍ମିତା ୨୦୧୩ ମସିହାରେ ଭିଏସଏସ ମେଡିକାଲକୁ ବଦଳି ହୋଇଥିଲେ । ପୁଅର ମତ୍ୟୁରେ ଭାଙ୍ଗି ପଡି ତାଙ୍କର ମସ୍ତିଷ୍କ କାମ କରୁନଥିଲା । ସେଥିପାଇଁ ସେ ର୍ଫାମା କୋଲଜି ବିଭାଗରୁ ନଭେମ୍ବର ମାସରେ ଛୁଟିନେଇ କଟକ ଆସିଥିଲେ । ମଧୁପାଟଣା ଅଞ୍ଚଳରେ ଥିବା ହନୁମାନ ମନ୍ଦିର କଡରୁ ଗୁରୁବାର ଅପରାହ୍ନ ୩ଟାରେ ସସ୍ମିତାଙ୍କ ମୃତଦେହ ଦେଖି ସ୍ଥାନାୟ ଲୋକ ପୁଲିସକୁ ସୂଚନା ଦେଇଥିଲେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିବା ବେଳେ ସସ୍ମିତାଙ୍କ ଶରୀରରେ ଇନ୍‌ଜେକସନ୍‌ ଲାଗିଥିବା ଦେଖିବାକୁ ମିଲିଥିଲା । ଶବ ବିବେଛଦ ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ପୁଲିସ କହିଛି ।

ସମ୍ବନ୍ଧିତ ଖବର