ବ୍ୟାଟେରି ବୋଝେଇ ଟ୍ରକ୍‌ରେ ଗଞ୍ଜେଇ

ଘାଟିରେ ଟ୍ରକ୍‌ ଓଲଟିବାରୁ ଧରାପଡିଲା୨୦ କୁଇଣ୍ଟାଲ ଗଞ୍ଜେଇ

ଜବତଜୟପୁର: ଜୟପୁର-କୋରାପୁଟ ଘାଟିରେ ଗତକାଲି ରାତିରେ ଓଲଟି ପଡିଥିବା ଏକ ବ୍ୟାଟେରି ବୋଝୋଇ ଟ୍ରକରୁ ଜୟପୁର ସଦର ପୁଲିସ ଗଞ୍ଜେଇ ଜବତ କରିିଛି। ଏହି ୧୦ ଚକିଆ ଟ୍ରକରେ ବ୍ୟାଟେରି ସହ  ୪୫ ବସ୍ତା ଗଞ୍ଜେଇ(ପ୍ରାୟ ୨୦ କୁଇଣ୍ଟାଲରୁ ଅଧିକ ହେବ) ପୁଲିସ ଜବତ କରିଛି। ଘଟଣା ସ୍ଥଳରେ ଏଏସ୍‌ପି ପ୍ରଭାତ ପ୍ରଧାନ, ଜୟପୁର ଏସ୍‌ଡିପିଓ ରାଜେନ୍ଦ୍ର ପ୍ରଧାନ, ଟାଉନ ଥାନା ଆଇଆଇସି ତପନ ନାରାୟଣ ରଥ, ଆମ୍ବାଗୁଡା ବଙ୍କିମ ଚନ୍ଦ୍ର ବୋମ୍ବାଲି, ଏସଆଇ ମୁକୁନ୍ଦ ଦେବ ନାୟକ, ବାରେଣୀପୁଟ ଫାଣ୍ଡି ଅଧିକାରୀ ପ୍ରଦୀପ ମହାପାତ୍ରଙ୍କ ସମେତ ବହୁ ପୁଲିସ କର୍ମଚାରୀ ରହି ଏହି ଗଞ୍ଜେଇ ବସ୍ତାକୁ ଉଦ୍ଧାର କରିଥିଲେ। ଟ୍ରକ୍‌ ଓଲଟି ପଡିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ଡ୍ରାଇଭର, ହେଲଫର ଏବଂ ରାଜ୍ୟ ବାହାରର ଗଞ୍ଜେଇ ମାଫିଆ। ଚଳିତମାସ ୧୧ ତାରିଖରୁ ଚେନ୍ନାଇରୁ ଏହି ଟ୍ରକଟି ବାହାରିଥିବା ବେଳେ ଏକ ସପ୍ତାହ ଅର୍ଥାତ ୧୭ ତାରିଖ ସୁଦ୍ଧା ବାରଣସୀରେ ପହଞ୍ଚିବା କଥା। ତେବେ ଟ୍ରକ୍‌ଟି କାହିଁକି କୋରାପୁଟ ଜିଲ୍ଲାକୁ ଆସିଥିଲା ତାହା ସାନ୍ଦେହ ଘେରରେ ରହିଛି।

ଯଦି ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇ ନଥାନ୍ତୋ ତେବେ ଏହି ଗଞ୍ଜେଇ କୁଆଡେ ଯାଇଥାନ୍ତା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମଳିଥିବା ସୂଚନା ମୁତାବକ ଗାଡି ନମ୍ବର ୬୬୦୫କୁ କୋଡ ରୂପେ ବ୍ୟବହାର କରାଯାଉଥିଲା।ଏହି ଗାଡିଟି ଗତ ତିନି ଦିନ ତଳେ କୋଲାବର ଏକ ନିଛାଟିଆ ସ୍ଥଳରେ ଦୀର୍ଘ ୮ ଘଣ୍ଟା ଧରି ଅଟକି ରହିଥିଲା। ସେଠାରେ ବ୍ୟାଟେରୀକୁ ବାହାର କରାଯାଇ ଗଞ୍ଜେଇ ଭର୍ତ୍ତି କରାଯାଉଥିବା ଅନୁମାନ କରାଯାଉଛି ବୋଲି ଏଏସ୍‌ପି ପ୍ରଭାତ ପ୍ରଧାନ କହିଛନ୍ତି।      ସୂଚନା ଅନୁଯାୟୀ, ଚେନ୍ନାଇରୁ ବାରଣାସୀ ଅଭିମୁଖେ ଯାଉଥିବା ଏହି ବ୍ୟାଟେରି ବୋଝେଇ ଟ୍ରକ (ୟୁପି- ୭୦ ଏଟି ୬୬୦୫) ଜୟପୁର ଘାଟିରେ ଓଲଟି ପଡିଥିଲା। ଟ୍ରକ ଓଲିଟିବା ଖବରପାଇ ବାରିଣିପୁଟ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠାରେ ପୁଲିସ ପହଞ୍ଚିବା

ପୂର୍ବରୁ ଡ୍ରାଇଭର ଚମ୍ପଟ ମାରି ଦେଇଥିଲେ। ବ୍ୟାଟେରି ସବୁ ତଳେ ପଡିଥିବାରୁ ପୁଲିସ ଜଗି ବସିଥିଲେ। ଆଜି ସକାଳେ ଗାଡି ଭିତରୁ ପୁଲିସ ଯାଞ୍ଚ କରିବା ବେଳେ ସେଠାରେ ଏହାର କିଛି କାଗଜ ପତ୍ର ପାଇଥିଲେ। ଏହି ଗାଡି ଚେନ୍ନାଇରୁ ବନାରସ ଜାତୀୟ ରାଜ ପଥ ଦେଇ ନଯାଇ ଏହି ରାସ୍ତା ଦେଇ କାହିଁକି ଯାଉଥଲା ଏବଂ ଗାଡି ଓଲିଟିବା ପରେ ଲକ୍ଷାଧିକ ଟଙ୍କାର ବ୍ୟାଟେରିକୁ ଛାଡି ଡ୍ରାଇଭର କାହିଁକି ଚାଲିଯାଇଥିଲେ ଏହି ପରି ବହୁ ପ୍ରଶ୍ନ ସୃଷ୍ଟି ହୋଇଥିଲା। ଏନେଇ ଗାଡିରୁ ବ୍ୟାଟେରି ବାହାର କରି ଯାଞ୍ଚ କରିବା ବେଳେ ସେଥରୁ ୪୫ଟି ବସ୍ତାକୁ ପାଲ ତଳେ ଲୁଚାଇ ରଖାଯାଇଥିବା ଦେଖିବାକୁ ପାଇଥିଲେ। ଏହାପରେ ଗଞ୍ଜେଇକୁ ବାହାର କରି ଓଜନ କରାଯାଇଥିଲା। ସେଥିରେ ୨୦ କୁଇଣ୍ଟାଲ ଗଞ୍ଜେଇ ରହିଥିବା ନେଇ ପୁଲିସ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର