ମାଓ ନେତା କହି ଫୋନରେ ଧମକ, ଯୁବକ ଗିରଫ

ଦାରିଙ୍ଗବାଡ଼ି : ନିଜକୁ ମାଓବାଦୀ ନେତା କହି ବ୍ଲକ କଂଗ୍ରେସ ସଭାପତିଙ୍କୁ ଫୋନରେ ଧମକ ଦେଉଥିଲେ। ଏହି ମାମଲାରେ ଆଜି ବିଶ୍ୱନାଥ ହାବଡ଼ା ନାମକ ଜଣେ ଯୁବକଙ୍କୁ କନ୍ଧମାଳ ଦାରିଙ୍ଗବାଡ଼ି ପୁଲିସ ଗିରଫ କରିଛି। ଅଭିଯୁକ୍ତ ବିଶ୍ଵନାଥର ଘର ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତର ଗହକିଆ ଗ୍ରାମରେ। ଦାରିଙ୍ଗବାଡି ବ୍ଲକ କଂଗ୍ରେସ ସଭାପତି କାଳୀ ପ୍ରସାଦ ମଲିକଙ୍କ ମୋବାଇଲକୁ ଗତ ୧ ତାରିଖ ସକାଳେ ଓ ୭ ତାରିଖ ରାତିରେ ଏକ ଅଜଣା ନମ୍ବରରୁ ଫୋନ କଲ ଆସିଥିଲା। ନିଜକୁ ମାଓ ନେତା ସୁନୀଲ କହି କାଳିପ୍ରସାଦଙ୍କୁ ଧମକ ଦେଇଥିଲେ। ଏ ନେଇ କାଳୀ ପ୍ରସାଦ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ଥାନା ଅଧିକାରୀ ଅଲେଖ ଗାରଡିଆ କେସ ନଂ ୧୩/୨୦୧୯ରେ ରୁଜୁ କରିବା ସହ ତଦନ୍ତ ଚଳାଇ ଆଜି ବିଶ୍ୱନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସମ୍ବନ୍ଧିତ ଖବର