ଅଭିଜିତ ଆୟାର ଅସୁସ୍ଥ; ପେଟଯନ୍ତ୍ରଣା ଯୋଗୁଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର : ଓଡିଶାର କଳା ସଂସ୍କୃତି ଓ ଐତିହ୍ୟକୁ ନେଇ ଅପମାନ ସୂଚକ ମନ୍ତବ୍ୟ ଦେବା ଅଭିଯୋଗରେ ଜେଲରେ ଥିବା ଅଭିଜିତ୍ ଆୟାର ଅସୁସ୍ଥ .ହୋଇ ପଡ଼ିଛନ୍ତି । ପେଟରେ ଯନ୍ତ୍ରଣା ହେବାରୁ କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଛି । କ୍ୟାବିନରେ ରଖି ଅଭିଜିତଙ୍କର ଚିକିତ୍ସା କରାଯାଉଛି ।

ରବିବାର ତାଙ୍କୁ କଡା ସୁରକ୍ଷାବଳୟ ଭିତରେ କ୍ୟାପିଟାଲ୍  ହସ୍ପିଟାଲକୁ ନିଆଯାଇଛି । ସେ ଗତ ଅକ୍ଟୋବର ମାସରୁ ଜେଲରେ ଅଛନ୍ତି ।  କୋଣାର୍କର ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟକୁ ନେଇ ଓ ଜଗନ୍ନାଥଙ୍କୁ ନେଇ ମଧ୍ୟ ଅପମାନସୂଚକ ମନ୍ତବ୍ୟ ଦେଇଥିଲେ । ଏଥିସହ .ସେ ଓଡ଼ିଶା ବିଧାନସଭାର ସଦସ୍ୟଙ୍କ ସଂପର୍କରେ ମଧ୍ୟ ଅରୁଚିକର ମନ୍ତବ୍ୟ ଦେଇଥିଲେ।

ସମ୍ବନ୍ଧିତ ଖବର