ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ମତ ଲୋଡିଲେ ଲ’ କମିଶନ

ଭୁବନେଶ୍ୱର : ଏକକାଳୀନ ନିର୍ବାଚନ ସଂପର୍କରେ ନିଜର ମତାମତ ଦେବାକୁ ଲ’କମିଶନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି । ଦେଶରେ ଏକାସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ସଂପର୍କରେ ନିଜର ମତ ରଖିବାକୁ ଏହି ପତ୍ରରେ କୁହାଯାଇଛି ।
ଦେଶରେ ଏକକାଳୀନ ନିର୍ବାଚନ କରିବା ଲାଗି କେନ୍ଦ୍ରର ମୋଦି ସରକାର ଦେଇଥିବା ପ୍ରସ୍ତାବକୁ ପୂର୍ବରୁ ହିଁ ଲ କମିଶନ ସମର୍ଥନ କରିସାରିଛି । କମିଶନର ଏକ ଆଭ୍ୟନ୍ତରୀଣ ରିପୋର୍ଟ ଅନୁସାରେ ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରାଯାଇପାରିବ । ଆୟୋଗର ସୁପାରିଶ ଅନୁସାରେ ୨୦୧୯ ଓ ୨୦୧୪ରେ ଦୁଇଟି ପର୍ଯ୍ୟାୟରେ ଏହାକୁ ଲାଗୁ କରାଯାଇପାରେ । ଏଥିପାଇଁ ସମ୍ବିଧାନ ଓ ଜନପ୍ରତିନିଧି ଆଇନରେ ସଂଶୋଧନ କରାଯିବାକୁ ସୁପାରିଶ କରାଯାଇଛି । ଏହି ଚିଠା ସୁପାରିଶ ଅନୁସାରେ ୨୦୧୯ରେ ସାଧାରଣ ନିର୍ବାଚନ ସହ ଆନ୍ଧ୍ର,ଆସାମ, ବିହାର,ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ନିର୍ବାଚନ କରାଯିବ । ସେହିପରି ୨ୟ ପର୍ଯ୍ୟାୟ ୨୦୧୪ରେ ଲୋକସଭା ନିର୍ବାଚନ ସହ ଏସବୁ ରାଜ୍ୟ ତାଲିକାରେ ସହ ଦିଲ୍ଲୀ, ଉତ୍ତରପ୍ରଦେଶ,ଗୁଜରାଟ, କର୍ଣ୍ଣାଟକ ଓ ପଂଜାବକୁ ଯୋଗ କରାଯିବ । ଏହି ସମୟ ସହ ତାଳ ଦେବା ପାଇଁ ସଂପୃକ୍ତ ରାଜ୍ୟମାନଙ୍କ ବିଧାନସଭାର କାର୍ଯ୍ୟକାଳକୁ ବୃଦ୍ଧି କରାଯିବ । ଅନ୍ୟପକ୍ଷରେ ୫ ବର୍ଷ ମଝିରେ କୌଣସି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଲେ ତା ପରେ ଏକ ଆସ୍ଥା ପ୍ରସ୍ତାବ (ବିରୋଧୀ ଦଳ ପାଇଁ) ମଧ୍ୟ ଆସିବ । ଏହା ଦ୍ୱାରା ଯଦି ଏକ ବିକଳ୍ପ ସରକାର ଗଠନ ପାଇଁ ବିରୋଧୀ ଦଳଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନଥାଏ ତେବେ ସରକାର ଭଙ୍ଗାଯାଇପାରିବ ନାହିଁ ।

ସମ୍ବନ୍ଧିତ ଖବର