ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା: ଆଞ୍ଚଳିକ ପାଣିପାଗ ବିଭାଗ

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନି ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଇଣ୍ଟେରିଅର୍‌ ଓଡ଼ିଶା ବ୍ୟତୀତ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ଓଡ଼ିଶାର ସର୍ବାଦ୍ଧିକ ତାପମାତ୍ରା ଭୁବନେଶ୍ୱର, ଝାରସୁଗୁଡ଼ା ଏବଂ ସୋନପୁରଠାରେ ୩୫.୬ ଡିଗ୍ରି ସେଲ୍‌ସିୟସ୍‌ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ଟିଟଲାଗଡ଼ରେ ରହିଛି ୨୦.୦ ଡିଗ୍ରି ସେଲ୍‌ସିୟସ୍‌। ଘଡ଼ଘଡ଼ି ସହ ବର୍ଷା ହେବାକୁ ଥିବା ହେତୁ ଲୋକମାନଙ୍କୁ ବର୍ଷା ସମୟରେ ଘର ବାହାରକୁ ବାହାରିବା ପାଇଁ ବାଣ କରାଯାଇଛି। ମତ୍ସ୍ୟଜୀବୀମାନଙ୍କ ପାଇଁ କୌଣସି ସତର୍କ ସୂଚନା ମିଳିନାହିଁ।

 

ସମ୍ବନ୍ଧିତ ଖବର