ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ବୈଠକ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ସ୍ଥା‌ନୀୟ ଶ୍ରମିକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥି‌ରେ ସରକାରଙ୍କ ଦାବି ପୂରଣରେ ଟାଳଟୁଳ ନୀତି ଅବଲମ୍ବନକୁ ତୀବ୍ର ସମାଲୋଚନା କରାଯାଇଥିଲା। ମିଳିତ ମଞ୍ଚର ମୁଖ୍ୟ ଦାବି ୨୦୧୭ ଜି.ଓ.ରୁ ଆଫିଡେଭିଟି ପ୍ରତ୍ୟାହାର କରି ସମସ୍ତ କର୍ମଚାରୀଙ୍କୁ ତତ୍‌କାଳ ଦରମା ପ୍ରଦାନ କରିବା, ସପ୍ତମ ବେତନ କମିସନ ଲାଗୁ କରିବା, ବନ୍ଦ ଥିବା ଦରମାର ପ୍ରଦାନ, ଚାକିରି ଦିନରୁ ଚାକିରି ସର୍ତ୍ତାବଳୀ ସହ ପୂର୍ଣ୍ଣ ଅନୁଦାନ ପ୍ରଦାନ ବିଷୟରେ ଆଲୋଚନା କରାଯାଇ ଗତ ଅକ୍ଟୋବର ୧୨ରେ ଦୀର୍ଘ ଦିନ ଚାଲିଥିବା ଆନ୍ଦୋଳନକୁ ସ୍ଥଗିତ କରାଯାଇଥିଲା। ଏହା ମଧ୍ୟରେ ୩ ମାସ ବିତି ଯାଇଥିଲେ ବି ଏଯାଏଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ସମସ୍ତଙ୍କୁ ବ୍ୟଥିତ କରିଛି। ଆସନ୍ତା ୩୦ ତାରିଖ ମଧ୍ୟରେ ଶିକ୍ଷକଙ୍କ ସମସ୍ୟାର ସମାଧାନ ନହେଲେ ଫେବ୍ରୁଆରି ପ୍ରଥମ ସପ୍ତାହରୁ ମିଳିତ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇବ ବୋଲି ମଞ୍ଚର ସଭାପତି ପ୍ରକାଶ ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି। ବୈଠକରେ ପବିତ୍ର ମହାଲା, ଗୋଲକ ନାୟକ, ପ୍ରକାଶ ଚନ୍ଦ୍ର ମହାନ୍ତି, ଗଗନ ବେଉରା, ଅଟଳ ବିହାରୀ ବଳ, ଅକ୍ଷୟ କୁମାର ମିଶ୍ର, ପ୍ରେମାନନ୍ଦ ଜେନା, ଶତାବୁଦ୍ଦିନ ଅହମ୍ମଦ, ପ୍ରିୟରଞ୍ଜନ ରଥ ଓ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର