କଟକ : ଏଟିଏମ୍ କାଉଣ୍ଟର ଭିତରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାରେ ୨ ଅଟକ

କଟକ : କଟକରେ  ଏଟିଏମ୍ କାଉଣ୍ଟର ଭିତରେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି । କଟକ ମାଲଗୋଦାମ ଥାନା ଅଞ୍ଚଳରେ  ଏକ ନିଚ୍ଛାଟିଆ ସ୍ଥାନରେ ଥିବା ଏଟିଏମ ଭିତରେ ଦୁଷ୍କର୍ମର ଶିକାର ହୋଇଛନ୍ତି ପୀଡ଼ିତା।  ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ପୀଡ଼ିତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇଛି ।

ପୀଡ଼ିତାଙ୍କ ବୟାନ ଅନୁସାରେ, ରବିବାର ରାତିରେ ଦୁଇ ଜଣ ଯୁବକ ତାଙ୍କୁ ଉଠାଇନେଇଥିଲେ । ଏହାପରେ ସେମାନେ ତାଙ୍କୁ  ମାଲଗୋଦାମ ଥାନା ଅଞ୍ଚଳରେ ଥିବା ଏକ ଏଟିଏମ କାଉଣ୍ଟର ଭିତରକୁ ନେଇଯାଇଥିଲେ । ସେଠାରେ ସେମାନେ ଏଟିଏମ କାଉଣ୍ଟରର ସଟରକୁ ବନ୍ଦ କରି ଦେଇଥିଲେ ଏବଂ ପରେ ମାରଣାସ୍ତ୍ର ଦେଖାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ଏଟିଏମ କାଉଣ୍ଟରରୁ ନେଇଯାଇ ଯୋବ୍ରା ଆନିକଟ ପାଖରେ ଫିଙ୍ଗି ଦେଇଥିଲେ ।

ଏହାପରେ ପୀଡ଼ିତା ସ୍ଥାନୀୟ ଲୋକଙ୍କ ସହାୟତାରେ ମାଲଗୋଦାମ୍ ଥାନାକୁ ଆସିଥିଲେ।  ପୁଲିସ ତୁରନ୍ତ ଆଇପିସିର ଧାରା ୩୭୬-ଡି ଆଧାରରେ ମାମଲା ରୁଜୁ କରିବା ସହ ଛାନଭିନ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର