କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌

ରାଜନଗର : ରାଜନଗର ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ହୋଇଛି। ୨ ଦିନ ହେଲା ଏହି ଭିଡିଓ ଓ ଫଟୋ ଭାଇରାଲ୍‌ ହୋଇଛି। ରାଜନଗର ବ୍ଲକ୍‌ ପେଣ୍ଠ ବେଳାଭୂମି ନିକଟ ଭିତରକନିକା ଜାତୀୟ ଉଦ୍ୟାନର ଜଙ୍ଗଲ ମଧ୍ୟରେ ଏହି ଭିଡିଓଟି ସୁଟିଂ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଯୁବତୀଙ୍କ ବାପା ଆଜି ରାତିରେ ଏ ନେଇ ରାଜନଗର ଥାନାରେ ଏତଲା ଦେଇଛନ୍ତି। କିଛି ଯୁବକ ତାଙ୍କ ଝିଅକୁ ଦୁଷ୍କର୍ମ ଉଦ୍ୟମ କରିବା ସହ ବଳପୂର୍ବକ ଏହି ଭିଡିଓ ସୁଟିଂ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ, ରାଜନଗର ଅଞ୍ଚଳର ଏହି ଯୁବତୀ ଜଣେ ଯୁବକଙ୍କ ସହ ପେଣ୍ଠ ବେଳାଭୂମି ବୁଲିବାକୁ ଯାଇଥିଲେ। ସେଠାରେ ଥିବା ଏକ ମନ୍ଦିରରେ ବସିଥିବା ବେଳେ ୮/୧୦ ଜଣ ଯୁବକ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ଦୃଶ୍ୟକୁ ସେମାନେ ମୋବାଇଲ୍‌ରେ ରେକର୍ଡିଂ କରି ନେଇଥିଲେ। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପୀଡ଼ିତାଙ୍କ ବାପା ପୁଲିସକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର