‘କାଳିଆ’କୁ ରୋକିଦେଲେ : ଆଉ ୧୩ ଲକ୍ଷ ହିତାଧିକାରୀଙ୍କୁ ମିଳିବନି ସହାୟତା

ନିର୍ବାଚନ ପ୍ରକ୍ରିୟା ଶେଷଯାଏ ଅଙ୍କୁଶ, ସୁରେନ୍ଦ୍ରଙ୍କୁ ବିବାଦକୁ ଟାଣିଲା ବିଜେଡି, ପ୍ରଧାନମନ୍ତ୍ରୀ କିଷାନ ଚାଲିଛି କେମିତି?

ଭୁବନେଶ୍ବର : ପାଖାପାଖି ୩୭ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ‘କାଳିଆ’ ସହାୟତା ଦିଆଯାଇଥିଲା। ଏଥିରୁ ୫ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇନପାରି ଫେରିଆସିଛି। ଏସବୁ ଆକାଉଣ୍ଟକୁ ପୁଣି ଥରେ ଅର୍ଥ ପ୍ରଦାନ କରାଯିବା ନେଇ ସରକାରୀ ପ୍ରକ୍ରିୟା ଜାରି ରହିଛି। ବାକି ୧୩ଲକ୍ଷ ହିତାଧିକାରୀଙ୍କୁ ‘କାଳିଆ’ ଯୋଜନାରେ ସହାୟତା ମିଳିଥାନ୍ତା।

ଏମିତି ଏକ ସମୟରେ ଓଡ଼ିଶାର ଚାଷୀକୁଳ ଉପରେ ଚଡ଼କ ପଡିଛି। ଯଦିଓ ଏକାଧିକ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଲାେଖାଲି ଘୋଷଣା କରିଛନ୍ତି ଯେ ‘କାଳିଆ’କୁ କେହି ରୋକିପାରିବେ ନାହିଁ’, କିନ୍ତୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନିର୍ବାଚନ ପୂର୍ବରୁ ‘କାଳିଆ’ ଅଟକିଛି। ରାଜ୍ୟ ନିର୍ବାଚନ ଅଧିକାରୀ ଏହି େଯାଜନାରେ ବକେୟା ହିତାଧିକାରୀଙ୍କୁ ଅର୍ଥ ଦେବାକୁ ସମ୍ମତି ଜଣାଇନାହାନ୍ତି। ନିର୍ବାଚନ ପ୍ରକ୍ରିୟା େଶଷ ନ େହବା ପର୍ଯ୍ୟନ୍ତ ଏହା ଉପରେ ବାଡ଼ ପକାଯାଇଛି।

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଏଭଳି ନିଷ୍ପତ୍ତି ପରେ ଚାଷୀ ମହଲରେ କମ୍ପନ ସୃଷ୍ଟି େହଲାଣି। ଚାଷୀଙ୍କୁ ଦୁଃସ୍ଥିତିରୁ ରକ୍ଷା କରିବା ଲାଗି ସରକାରୀ େଘାଷଣା ପୂର୍ଣ୍ଣଭାବେ କାର୍ଯ୍ୟକ୍ଷମ େହାଇପାରିଲା ନାହିଁ। ଏପଟେ ବିଜୁ ଜନତା ଦଳ ମଧ୍ୟ ଏହି ପ୍ରସଙ୍ଗରେ ଗର୍ଜନ ତର୍ଜନ କରିବା ଆରମ୍ଭ କରିଛି। ବିେଜପି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଉପରେ ଚାପ ସୃଷ୍ଟି କରିଛି େବାଲି ସାଂଘାତିକ ଅଭିେଯାଗ ଆଣିବା ସହିତ ଦଳ ପ୍ରଶ୍ନ କରିଛି େଯ ପ୍ରଧାନମନ୍ତ୍ରୀ କିଷାନ େଯାଜନା ଯଦି ଚାଲୁ ରହିଛି ତେବେ କେଉଁ ପରିସ୍ଥିତିରେ ‘କାଳିଆ’ ଅଟକିଲା? ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷପାତିତା ନିଷ୍ପତ୍ତି ବିେରାଧରେ ନିର୍ବାଚନ କମିସନଙ୍କୁ େଫରାଦ େହବ େବାଲି ମଧ୍ୟ ବିେଜଡି ଆଜି ଗଣମାଧ୍ୟମକୁ ସୂଚନା ଦେଇଛି।

ଉଲ୍ଲେଖଯୋଗ୍ୟ, ‘କାଳିଆ’ େଯାଜନାକୁ ନିର୍ବାଚନୀ କାର୍ଡ କରିଥିଲେ ରାଜ୍ୟ ସରକାର। େଯଉଁ ସମୟରେ ବିେଜପି ଓ କେଂଗ୍ରସ ଶାସିତ ରାଜ୍ୟମାନେ କୃଷି ଋଣ ଛାଡ ନିଷ୍ପତ୍ତି େନଇଥିଲେ, ଓଡ଼ିଶା ସେଥିରୁ ହଟି ‘କାଳିଆ’ େଯାଜନା େଘାଷଣା କରିଥିଲା। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ପ୍ରତ୍ୟକ୍ଷ ତଦାରଖ କରୁଥିଲେ। ପରବର୍ତୀ ସମୟରେ େକନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ େଯାଜନା କାର୍ଯ୍ୟାନ୍ବୟନକୁ େନଇ ଦ୍ବନ୍ଦ୍ବ ସୃଷ୍ଟି େହାଇଥିଲା।

ରାଜ୍ୟରେ ନିର୍ବାଚନ ପାଣିପାଗ ସରଗରମ ଥିବା ବେଳେ ‘କାଳିଆ’ ପୁଣି ଚର୍ଚ୍ଚାକୁ ଆସିଛି। ଶାସକ ବିେଜଡି ସଙ୍ଗିନ ଅଭିେଯାଗ ଆଣି କହିଛି, ନିର୍ବାଚନ ତାରିଖ ଘୋଷଣା ହେବା ଯଥେଷ୍ଟ ପୂର୍ବରୁ ଚାଷୀଙ୍କ ସହାୟତା ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଲାଗୁ କରିଥିଲେ ହେଁ ଏବେ ଏହି ଯୋଜନାକୁ ବନ୍ଦ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ନିର୍ଦ୍ଦେଶ ଦେଇଛନ୍ତି।

ନିର୍ବାଚନ ପ୍ରକ୍ରିୟା ଆରମ୍ଭ େହବା ପରଠାରୁ ‘କାଳିଆ’େଯାଜନାକୁ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ଓ ଶାସକ ବିେଜଡି ଭିତରେ ଟଣାଓଟରା ଲାଗି ରହିଥିଲା। ଏବେ କିନ୍ତୁ ଏହି ବିବାଦ ନାଟକୀୟ ମୋଡ଼ େନଲାଣି। ବିେଜଡି ଆଜି ଅଭିେଯାଗ କରିଛି େଯ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାରତୀୟ ଜନତା ପାର୍ଟି ଦ୍ବାରା ପ୍ରଭାବିତ େହାଇ କାର୍ଯ୍ୟ କରୁଛନ୍ତି। ବିେଜପି ଚାପରେ ସେ ‘କାଳିଆ’ େଯାଜନା ବନ୍ଦ କରିବା ଲାଗି ପଦକ୍ଷେପ େନଉଛନ୍ତି।

ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ସାରା ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ବହୁ ପୂର୍ବରୁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଥିଲେ। ସେଥିପାଇଁ ଆବଶ୍ୟକ ଆର୍ଥିକ ଓ ପ୍ରାଶାସନିକ ଅନୁମୋଦନ ମଧ୍ୟ ନିଆଯାଇଥିଲା। ହିତାଧିକାରୀଙ୍କ ତାଲିକା ବି ପ୍ରସ୍ତୁତ ସରିଥିଲା। କିନ୍ତୁ ଏବେ ହଠାତ୍ ଆଦର୍ଶ ଆଚରଣ ବିଧି କଥା ଉଠାଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ‘କାଳିଆ’ ଯୋଜନା ସହାୟତାକୁ ବନ୍ଦ କରିବା ଆଦୌ ଗ୍ରହଣୀୟ ନୁହେଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ବିେଜଡି ଆହୁରି କହିଛି, ‘କାଳିଆ’ ଯୋଜନା ଲାଗୁ ହେବା ପରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଲାଗୁ ହେଲା। ଉଭୟ ଯୋଜନାର କାର୍ଯ୍ୟଶୈଳୀ ପ୍ରାୟ ଏକାଭଳି। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଏବେ ବି ଚାଲୁ ରହିଛି। ଆଚରଣ ବିଧି ପରେ ଏହାକୁ ବନ୍ଦ କରାଯାଇ ନାହିଁ। କିନ୍ତୁ ବିଜେପିର ଚାପରେ ‘କାଳିଆ’ ଯୋଜନା ବନ୍ଦ କରିବାକୁ ଉଦ୍ୟମ ହେଉଥିବା ନେଇ ଯାହା ପୂର୍ବରୁ ଆଶଙ୍କା କରାଯାଉଥିଲା ତାହା ଏବେ ସତ୍ୟ ପ୍ରମାଣିତ ହେଲାଣି।

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଏଭଳି ନିଷ୍ପତ୍ତି େଯାଗୁଁ ରାଜ୍ୟର ଲକ୍ଷଲକ୍ଷ ଚାଷୀ କ୍ଷତିଗ୍ରସ୍ତ ହେବେ େବାଲି ଦଳ ଦର୍ଶାଇଛି ଓ ଚାଷୀଙ୍କ ସ୍ବାର୍ଥ ସହ ଜଡ଼ିତ ପ୍ରସଙ୍ଗରେ ବିଜେପି ସଂକୀର୍ଣ୍ଣ ରାଜନୀତି କରି ନିଜ ସପକ୍ଷରେ ସମର୍ଥନ ଗୋଟାଇବାକୁ ଚାହୁଁଛି େବାଲି କହିଛି।

ଅନ୍ୟପକ୍ଷରେ ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କର ଏ େନଇ ମତାମତ େଲାଡାଯାଇଥିଲେ ହେଁ, େସ ଏହା ଉପରେ କୌଣସି ପ୍ରତିକ୍ରିୟା େଦବାକୁ ମନା କରିଦେଇଛନ୍ତି। ଯାହା ଆଇନତଃ ଠିକ୍, ତାହା କରାଯାଉଛି େବାଲି ଶ୍ରୀ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର