ଖରାପ ହୋଇଗଲା ରାମଦୋଳି, ହଟହଟା ହେଲେ ଯାତ୍ରୀ

ଭୁବନେଶ୍ୱର: ବରମୁଣ୍ଡା ଦୁର୍ଗାପୂଜା ମଣ୍ଡପ ନିକଟରେ ଗୁରୁବାର ଏକ ଅଘଟଣ ଘଟିଛି । ଯାତ୍ରା ବୁଲି ଆସୁଥିବା ଲୋକଙ୍କ ପାଇଁ ପଡିଥିବା ଏକ ରାମଦୋଳି ଯୋଗୁ ଯାତ୍ରୀଙ୍କୁ ହଟହଟା ହେବାକୁ ପଡିଛି । ଏହି ଦୋଳି ବୁଲିଥିବା ବେଳେ ହଠାତ୍‌ ଖରାପ ହୋଇଯାଇଥିଲା । ଫଳରେ ଏଥିରେ ବସିଥିବା ଲୋକେ ଆତଙ୍କିତ ହୋଇ ପାଟିତୁଣ୍ଡ କରିଥିଲେ । ପରେ ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଦମକଳ କର୍ମଚାରୀ ଆସି ଘଟଣାସ୍ଥଳରେ ପହଞ୍ଚ ବଡ଼ ବଡ଼ ସିଡି ଲଗାଇ ଲୋକଙ୍କୁ ଉକ୍ତ ଦୋଳିରୁ ଉଦ୍ଧାର କରିଥିଲେ ।

ସମ୍ବନ୍ଧିତ ଖବର