ଜାନୁଆରି ପହିଲାରୁ ଆହାର କେନ୍ଦ୍ରରେ ରାତିରେ ବି ମିଳିବ ଭୋଜନ

ଭୁବନେଶ୍ୱର: ରାଜ୍ୟ ସରକାର ଏଣିକି ରାତିରେ ବି ‘ଆହାର’ ଯୋଜନାରେ ଲୋକଙ୍କୁ ୫ ଟଙ୍କରେ ଖାଦ୍ୟ ଯୋଗାଇବେ। ଆଗାମୀ ଜାନୁଆରି ପହିଲାରୁ ଏହି ନୂତନ ଯୋଜନା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆଦେଶ ଦେଇଛନ୍ତି। ରାଜ୍ୟର ୫୪ଟି ମୁଖ୍ୟ ମେଡିକାଲରେ ପ୍ରାଥମିକ ଭାବେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଥିବା ବେଳେ ବାକିସ୍ଥାନମାନଙ୍କରେ ଜାନୁଆରି ୨୬ରୁ ଲାଗୁ କରାଯିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଦିନରେ ଆହାର କେନ୍ଦ୍ରରେ ଲୋକଙ୍କୁ ୫ଟଙ୍କାରେ ଭୋଜନ ମିଳୁଛି।

ଆହାର ସହାୟତା କେନ୍ଦ୍ରରେ ସାଧାରଣ ଜନତା ଚାହିଁଲେ ଦାନ ଦେଇପାରିବେ। ପ୍ରିୟଜନଙ୍କ ଜନ୍ମଦିନ, ବିବାହ ବାର୍ଷିକି ଉପଲକ୍ଷେ ସେମାନେ ଦାନ ଦେଇପାରିବେ। ଅନ୍‌ଲାଇନ୍‌ ମାଧ୍ୟମରେ ସହୃଦୟ ବ୍ୟକ୍ତି ଦାନ ଦେଇପାରିବେ।

ସମ୍ବନ୍ଧିତ ଖବର