ଦୁଇ ବିଜୟଙ୍କ ପ୍ରାର୍ଥିତ୍ବକୁ ବିରୋଧ : ଅସନ୍ତୋଷ ପ୍ରକାଶ କଲେ ଭୁବନ ଓ ସମର୍ଥକ

କେନ୍ଦ୍ରାପଡ଼ା : ପାଟକୁରାରୁ ବିଜୟ ମହାପାତ୍ର ଓ ମହାକାଳପଡ଼ାରୁ ବିଜୟ ପ୍ରଧାନଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ କେନ୍ଦ୍ରାପଡ଼ା ଜ଼ିଲ୍ଲା ବିଜେପିରେ ବିଦ୍ରୋହ ଦାନା ବାନ୍ଧୁଛି। ମହାକାଳପଡ଼ାରୁ ବିଜେପି ର ଆଶାୟୀ ପ୍ରାର୍ଥୀ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନମୋହନ ଜେନା ଓ ୭ଟି ମଣ୍ଡଳର ସଭାପତି ଦୁଇ ବିଜୟଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିଛନ୍ତି l ଭୁବନ କଟାକ୍ଷ କରି ଏଥିପାଇଁ ବୈଜୟନ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି l ସେ କହିଛନ୍ତି, ବୈଜୟନ୍ତ କେନ୍ଦ୍ରାପଡ଼ାବାସୀଙ୍କ ହାତରେ ଜୀବନର ୨ଟି ଶ୍ରେଷ୍ଠ ଉପହାର ଦେଇଛନ୍ତି। ଆଜି ଅପରାହ୍ନରେ ମହାକାଳପଡ଼ା ନିର୍ବାଚନମଣ୍ଡଳୀର ସାତ ଜଣ ସଭାପତି ସତ୍ୟ ସାମଲ ,ପ୍ରକାଶ ପରିଡ଼ା ,ସମ୍ରାଟ ଦେବନାଥ ,ଗୋଲଖ ନାଉରି , ରମେଶ ବେହେରା ,ପ୍ରଦୀପ ମହାପାତ୍ର , ପବିତ୍ର ପରିଡ଼ା ପ୍ରମୁଖ ବିଜେପି କାର୍ଯ୍ୟାଳୟରେ ପହଂଚି ଏପରି ପ୍ରାର୍ଥୀ ଦିଆଯିବା ଦ୍ୱାରା ଦଳର କ୍ଷତି ହେବ ବୋଲି କହିଛନ୍ତି l ଆଗାମୀ ଦିନରେ ଏହା ବିସ୍ଫୋରକ ରୂପ ନେବ ବୋଲି ସେମାନେ ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର