ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ: ହେମାନନ୍ଦ ବିଶ୍ୱାଳ

ଭୁବନେଶ୍ୱର: ଶୃଙ୍ଖଳା ଭଙ୍ଗକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ଦଳ। ଏପରି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ। କୌଣସି ପ୍ରକାର ବିଶୃଙ୍ଖଳାକୁ ସହ୍ୟ କରାଯିବ ନାହିଁ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି। ବିଧାୟକ ଯୋଗେଶ ସିଂ ଓ ବିଧାୟକ ପ୍ରକାଶ ବେହେରାଙ୍କ ଉପରେ ଗୁରୁବାର ଅପରାହ୍ନ ୪ଟା ସୁଦ୍ଧା କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଇଙ୍ଗିତ କରିଛନ୍ତି ସେ । ଏଥିସହ ସେ ସ୍ପଷ୍ଟ କରିଛନ୍ତି କି ଝାରସୁଗୁଡା ବିଧାୟକ ନବ ଦାସ ଇସ୍ତଫା ନେବା ପୂର୍ବରୁ ଦଳ ପକ୍ଷରୁ ତାଙ୍କୁ ବହିଷ୍କାର କରାଯାଇଥିଲା।

ସମ୍ବନ୍ଧିତ ଖବର