ଜଗତସି˚ହପୁର : ଦୀର୍ଘଦିନ ହେଲା ପୋତି ହୋଇ ରହିଥିବା ମହାନଦୀ ମୁହାଣ ଖୋଳା ଆରମ୍ଭ ହୋଇଛି। କୋଲକାତାର ରିଚ୍ ଡ୍ରେଜିଙ୍ଗ ପ୍ରାଇଭେଟ୍ ଲିମିଟେଡ୍ ନାମକ ସ˚ସ୍ଥା ମହାନଦୀ ମୁହାଣ ଖୋଳିବା ଆରମ୍ଭ କରିଛି। ଆସନ୍ତା ୬ମାସ ମଧୢରେ ଖୋଳିବା କାର୍ଯ୍ୟ ଶେଷ ହେବ ବୋଲି ଜଣାପଡ଼ିଛି। ପ୍ରାଥମିକ ପର୍ଯ୍ୟାୟରେ ଏଥିପାଇଁ ୧୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ମୁହାଣ ଖୋଳିବା ଆରମ୍ଭ ହୋଇଥିବାରୁ ମତ୍ସ୍ୟଜୀବୀଙ୍କ ମଧୢରେ ଖୁସିର ଲହରୀ ଖେଳିଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
୧୯୯୮ ମସିହାରେ ପାରାଦୀପ ବନ୍ଦର ପରିସରରୁ ନେହେରୁ ବଙ୍ଗଳାକୁ ମାଛଧରା ବନ୍ଦର ସ୍ଥାନାନ୍ତର ହୋଇଥିଲା। ୨୦୧୧ ମସିହାରେ ରାଜ୍ୟ ସରକାର ଏହି ବନ୍ଦରକୁ ନିଜ ହାତକୁ ନେଇଥିଲା। ୧୭ ବର୍ଷ ତଳେ ଖୋଳାହୋଇଥିବା ମହାନଦୀ ମୁହାଣ ଧୀରେ ଧୀରେ ପୋତି ହୋଇଯିବାକୁ ବସିଥିବାରୁ ମାଛଧରା ଟ୍ରଲରଗୁଡ଼ିକ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ମୁହାଣକୁ ଖୋଳିବା ପାଇଁ ପ୍ରଥମେ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ସ˚ଘ(ଓମ୍ଫା) ୨୦୧୬ ନଭେମ୍ବର ୧୧ରେ ବିଭାଗୀୟ କମିଶନର ବିଷ୍ଣୁପଦ ସେଠୀଙ୍କୁ ଚିଠି ଲେଖିଥିଲା। ଏହାର ତଦନ୍ତ କରିି ଶ୍ରୀ ସେଠୀ ତୁରନ୍ତ ମୁହାଣ ଖୋଳିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଫାଇଲ ପଠାଇବା ସହ ମୁହାଣ ଖୋଳା ନଯିବା ପର୍ଯ୍ୟନ୍ତ ବରୁଣେଇ ମୁହାଣ ଦେଇ ସମୁଦ୍ର ଭିତରକୁ ଯିବାପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଅନୁମତି ଦେବାକୁ ଅନ୍ୟ ଏକ ଫାଇଲ ପଠାଇଥିଲେ। ଏହା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସେହି ବର୍ଷ ନଭେମ୍ବର ୨୫ରେ ମୁହାଣ ଖୋଳିବା ପାଇଁ ବନ୍ଦର ଅଧୢକ୍ଷଙ୍କୁ ଚିଠି କରିଥିଲେ। ୨୦୧୭ ମାର୍ଚ୍ଚ ୨ରେ କେନ୍ଦ୍ର କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବ ଦେବେନ୍ଦ୍ର ଚୌଧୁରୀ ପାରାଦୀପ ଗସ୍ତରେ ଆସିଥିବା ସମୟରେ ଓମ୍ଫା ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରିବା ସହ ମୁହାଣ ଖୋଲିବାକୁ ଅନୁରୋଧ କରିଥିଲେ।
ଶେଷରେ, ମୁହାଣ ଖୋଳା କାର୍ଯ୍ୟ ଆରମ୍ଭ ହୋଇଛି। ଏହା ଶେଷ ହେବା ପରେ ଟ୍ରଲର କାରବାର ଆହୁରି ସୁବିଧା ଜନକ ହୋଇପାରିବ ଏବ˚ ମତ୍ସ୍ୟ ଉତ୍ପାଦନ ମଧୢ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ୧୯୯୯-୨୦୦୦ ମସିହାରେ ପାରାଦୀପ ବନ୍ଦର ନ୍ୟାସ ପକ୍ଷରୁ ଶେଷଥର ପାଇଁ ଏହି ମୁହାଣ ଖୋଳାଯାଇଥିଲା। ଏହି ବର୍ଷ ଠାରୁ ଆଉ ମୁହାଣ ଖୋଳାଯାଇପାରନଥିଲା।