ମହିଳାଙ୍କୁ ଉଲଗ୍ନ କରି ଫଟୋ ଉଠାଇ ୫ ଅଟକ, ଗାଁରେ ଉତ୍ତେଜନା

ଛତିଆ : ପୂର୍ବତନ ସମିତି ସଭ୍ୟାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ଫଟୋ ଉଠାଇବା ଏବଂ ଯୋତାମାଳ ପିନ୍ଧାଇବା ଘଟଣାକୁ  ନେଇ ଗାଁରେ ଉତ୍ତେଜନା ଲାଗି ରହିଛି। ମହିଳାଙ୍କ ଅଭିଯୋଗ ଆଧାରରେ ଯାଜପୁର ଜିଲ୍ଲା ବୈରୀ ପୁଲିସ ଗାଁର ୫ ଜଣ ଯୁବକଙ୍କୁ ଥାନାରେ ଆଣି ଅଟକ ରଖିଛି। ଅନ୍ୟପଟେ ଯୁବକଙ୍କୁ ଥାନାରେ ଅଟକ ରଖାଯିବା ପ୍ରତିବାଦରେ କେତେକ ମହିଳା ଆଜି ସଂଧ୍ୟାରେ ଛତିଆ ବିଟ୍‌ ହାଉସ୍‌ରେ ପହଞ୍ଚି ଅସନ୍ତୋଷ ଜଣାଇଛନ୍ତି। ଅଭିଯୋଗ ଅନୁଯାୟୀ, ବୈରୀ ଥାନା ଅନ୍ତର୍ଗତ ସୋଲର ପଞ୍ଚାୟତ ପାଇକରାପୁର ଅଞ୍ଚଳର ପୂର୍ବତନ ସମିତିସଭ୍ୟାଙ୍କୁ କେତେକ ଲୋକ ଉଲଗ୍ନ କରି ଯୋତାମାଳ ପିନ୍ଧେଇଥିଲେ। ମହିଳାଙ୍କ ଜଣେ ସମ୍ପର୍କୀୟ ଭାଇ ତାଙ୍କ ଘରକୁ ଯାଆସ କରୁଥିବା ନେଇ ଗ୍ରାମବାସୀ ଏକାଠି ହୋଇ ଏଭଳି କରିଥିବା ସେ ଅଭିଯୋଗ କରିଛନ୍ତି।  ସଂପୃକ୍ତ ମହିଳାଙ୍କ ସମ୍ପର୍କୀୟ ଭାଇକୁ ତାଙ୍କ ଘରକୁ ନଆସିବାକୁ ଗାଁର କେତେକ ଯୁବକ ପରାମର୍ଶ ଦେଇଥିଲେ। ଏହାକୁ ନେଇ ମହିଳାଙ୍କ ବେକରେ ଯୋତାମାଳ ପିନ୍ଧାଇ ଦେଇଥିଲେ। ଯୋତାମାଳକୁ ବେକରୁ କାଢ଼ି ଫିଙ୍ଗି ଦେବାରୁ ୪/୫ ଜଣ ଯୁବକ ତାଙ୍କୁ ବଳପୂର୍ବକ ଉଲଗ୍ନ କରି ଫଟୋ ଉଠାଇବା ସହ ମାଡ ମାରିଥିବା ମହିଳା ଜଣକ ଛତିଆ ବିଟ୍‌ ହାଉସ୍‌ରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କହିଛି,  ତଦନ୍ତ ପରେ ଦୃଢ଼ କାଯ୍ୟର୍ାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର