ମାଲକାନଗିରି: ପୁଲିସ ସୂଚନାଦାତା ସନ୍ଦେହରେ ଜଣକୁ ହତ୍ୟା କଲେ ନକ୍ସଲବାଦୀ

ମାଲକାନଗିରି: ପୁଲିସର ସୂଚନାଦାତା ବୋଲି ସନ୍ଦେହ କରି ମଙ୍ଗଳବାର ରାତିରେ ସଶସ୍ତ୍ର ନକ୍ସଲବାଦୀମାନେ ମାଥିଲି ବ୍ଲକ୍‌ ଅଞ୍ଚଳର ସାଲିନି ପଞ୍ଚାୟତ ଅନ୍ତର୍ଗତ ବୁରୁବେଡ଼ା ଗ୍ରାମର ଅନନ୍ତରାମ ଭୂମିଆଙ୍କୁ ହତ୍ୟା କରିଛନ୍ତି।

ରାତି ପ୍ରାୟ ସାଢ଼େ ଏଗାରଟା ସମୟରେ ପ୍ରାୟ ୨୦/୨୫ ଜଣ ନକ୍ସଲ୍‌ବାଦୀ ବୁରୁବେଡ଼ା ଗ୍ରାମରେ ପହଞ୍ଚିବା ପରେ ଅନନ୍ତରାମଙ୍କ ଘରକୁ ଯାଇ ତାଙ୍କୁ ବାହାରକୁ ଟାଣି ଆଣିଥିଲେ। ତାଙ୍କୁ ପୁଲିସ ସୂଚନାଦାତା କହି ସେମାନେ ବହେ ମାରଧର କରିଥିଲେ। ତା’ପରେ ସେମାନେ ରାତାରାତି ଅନନ୍ତଙ୍କୁ ବୁରୁବେଡ଼ା ଗାଁ’ ପ୍ରାୟ ଠାରୁ ୧୦/୧୫ କିଲୋମିଟର ଦୂରରେ ଅବସ୍ଥିତ ଧାକଡ଼ରାଶି ନିକଟକୁ ନେଇ ସେଠାରେ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇ ଚାଲି ଯାଇଥିଲେ।

ଆଜି ସକାଳ ସୁଦ୍ଧା ଘଟନାସ୍ଥଳରେ ପୁଲିସ ପହଞ୍ଚି ନ ଥିବା ବେଳେ ଗ୍ରାମବାସୀ ଓ ପରିବାର ଲୋକେ ଅନନ୍ତରାମଙ୍କ ଶବ ଉଦ୍ଧାର କରି ଘରକୁ ଆଣିଛନ୍ତି।

ସମ୍ବନ୍ଧିତ ଖବର