ରଥକନା ପ୍ରସ୍ତୁତିରେ ଦର୍ଜୀ ସେବକ

ପୁରୀ : ଆଉ ଅଳ୍ପ ଦିନ ପରେ ରଥଯାତ୍ରା। ଶ୍ରୀମନ୍ଦିରରୁ ବାହାରକୁ ଆସି ମହାପ୍ରଭୁ ପତିତଜନଙ୍କୁ ଦର୍ଶନ ଦେବେ। ଏ ନେଇ ପ୍ରସ୍ତୁତି କାମ ଜାରି ରହିଛି। ତିନି ରଥ ପାଇଁ ଆବଶ୍ୟକ କନା ସିଲେଇରେ ଲାଗିଛନ୍ତି ଏକାଧିକ ଦର୍ଜୀ ସେବକ। ନନ୍ଦିଘୋଷ ରଥରେ ହଳଦିଆ ଓ ନାଲି ରଙ୍ଗର କନା ଲାଗୁଥିବାବେଳେ ତାଳଧ୍ବଜ ରଥରେ ସବୁଜ ଓ ନାଲି ଏବଂ ଦର୍ପଦଳନ ରଥରେ କଳା ଓ ନାଲି ରଙ୍ଗର କପଡ଼ା ଲାଗୁଛି। ସେହି ଅନୁଯାୟୀ ଦର୍ଜୀ ସେବକମାନେ ତିନି ରଥ ପାଇଁ ଭିନ୍ନ ଭିନ୍ନ ଦଳ ହୋଇ ରଥକନା ପ୍ରସ୍ତୁତ କରୁଛନ୍ତି।

ସମ୍ବନ୍ଧିତ ଖବର